କେନ୍ଦ୍ରାପଡ଼ା, ୧୭/୦୬/୨୦୨୧(ଓଡ଼ିଶା ସମାଚାର)-ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ଏକ ଭର୍ଚ୍ଚୁଆଲ ରଜ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାକାଳପଡା ବିକାଶ ମଂଚର ପ୍ରତିଷ୍ଠାତା ସଭାପତି ତଥା ରାଜଶ୍ରୀର କାର୍ଯ୍ୟକାରୀ ସଭାପତି ପରିବେଷବିତ କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବି ଓ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଭାବେ ଓଡିଶା ବିଧାନ ସଭା ସଚିବ ବିଶିଷ୍ଟ ପ୍ରାବନ୍ଧିକ ଦାଶରଥି ଶତପଥୀ, ମୁଖ୍ୟବକ୍ତାଭାବେ କଟକ ସମ୍ବାଦ ସଂସ୍କରଣର ବରିଷ୍ଠ ସାମ୍ବାଦିକ ତଥା ‘ବସୁଧା’ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଚ୍ଚିକାନ୍ତ ନାଥ ଓ ସମ୍ମାନିତ ଅତିଥିଭାବେ ଅଧ୍ୟାପକ ବୃନ୍ଦାବନ ଦାସ, ଅଧ୍ୟାପକ ଶ୍ରୀଧର ସାମଲ, ଶିଶୁ ସାହିତି୍ୟକ ଭକ୍ତଚରଣ ସାହୁ, ବରିଷ୍ଠ କବି ବେଣୁଧର ସୁତାର, ଅଧ୍ୟାପକ ନିଧି ସାହୁ, କବି ପ୍ରେମାନନ୍ଦ ଜେନା ପ୍ରମୁଖ ଯୋଗଦେଇ ଓଡିଆ ସଂସ୍କୃତିରେ ରଜ ଉତ୍ସବର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ପ୍ରଦୀପ ପଜ୍ଜ୍ୱଳନ ପୂର୍ବକ ବେଦପାଠ କରିଥିବା ବେଳେ ସଂସଦର ମୁଖ୍ୟ ଉପଦେଷ୍ଟା କବି ସଂଜୟ କୁମାର ରଥ ସଂସଦର ଆଭିମୁଖ୍ୟ ସ୍ପଷ୍ଟକରି କବିତା ମାଧ୍ୟମରେ ସ୍ୱାଗତ କରିଥିଲେ । କବି ସସ୍ମିତା ପଣ୍ଡା, ପ୍ରେମଲତା ଗିରି, ପ୍ରେମାନନ୍ଦ ଜେନା, ବିନୟ କୁମାର ମହାନ୍ତି, ବିନୋଦିନୀ ଦାଶ, ଚିତ୍ରାରାଣୀ ସାହୁ, ବ୍ରଜସୁନ୍ଦର ସାହୁ, ସୁଜିତ କୁମାର ପଣ୍ଡା, ଅପର୍ତି ଚରଣ ସେଠୀ, ଅଭିରାମ ମଣ୍ଡଳ, ମନୋଜ କୁମାର ଦାସ, ରଞ୍ଜିତା କୁମାରୀ ପତି, ଗୋଦାବରିଶ ଦାସ, ଶୁଭାଂଶୁ କୁମାର ଦାସ, ମଞୁଶ୍ରୀ ବରାଳ, ବନଲକ୍ଷ୍ମୀ ମହାନ୍ତି, ମୋନାଲିସା ସିଂହ, ସୁପ୍ରିୟା ସାହୁ, ଭାବଗ୍ରାହୀ ତ୍ରିପାଠୀ, ରଞ୍ଜନ କୁମାର ମହାନ୍ତି, ଅନସ୍ୱୟା ମଲ୍କିକ, ଆରାଧନା ଦାସ, ନିରୁପମା ପାଣି, ଗୀତାଞ୍ଜଳି ସାହୁ, ଅଭୟ କୁମାର ତ୍ରିପାଠୀ, ପ୍ରଭାତ କୁମାର ନାୟକ, ବିମଳ ପ୍ରସାଦ ପରିଡା, ପ୍ରମୋଦ କୁମାର ତ୍ରିପାଠୀ, ଇଂ ପ୍ରିୟବତ ଦାଶ, ଶୀତିକଣ୍ଠ ତ୍ରିପାଠୀ, ସୁପ୍ରିୟା ସାହୁ ପ୍ରମୁଖ ସ୍ୱରଚିତ କବିତାପାଠ କରିଥିଲେ । ଓଡ଼ିଶା ସମାଚାର