Wednesday , May 31 2023
Home / ବିଶେଷ / ମଧ୍ୟବିତଙ୍କୁ ମହଙ୍ଗା ମାଡ -ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଦାବି

ମଧ୍ୟବିତଙ୍କୁ ମହଙ୍ଗା ମାଡ -ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଦାବି

କେନ୍ଦ୍ରାପଡ଼ା, ୧୭/୦୬/୨୦୨୧(ଓଡ଼ିଶା ସମାଚାର)-ମହାମରୀର ଦୁର୍ବିସହ ସମୟରେ ଖାଉଟି ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ନିନ୍ଦା କରାଯାଇଛି । ସଂଘର ସଭାପତି ପ୍ରଦୀପ ମିଶ୍ର ସରକାର ହିଟଲର ଶାସନ କରୁଛନ୍ତି ବୋଲି ତୀବ୍ର ସମାଲୋଚନା କରିଥିବା ବେଳେ ସଂଘର କେନ୍ଦ୍ରାପଡା ଜିଲ୍ଲା ସଭାପତି ନିରଞ୍ଜନ ପରିଡା ଏହାକୁ ସରକାରୀ ଜିଜିୟା କର ବୋଲି ଅବିହିତ କରିବା ସହିତ ମଦ ଦୋକାନୀକୁ ସରକାର ଟିକସ ଛାଡୁଥିବା ବେଳେ ଗରିବଙ୍କୁ ଲୁଟିବା ଅସାମ୍ବିଧାନିକ ନିଷ୍ପତି ବୋଲି କହିଛନ୍ତି । କରୋନା ସମୟରେ ତାଲାବନ୍ଦ ଯୋଗୁ ନିଜର ଜୀବିକା ହରାଇ ଦୁଃଖ ଦୁର୍ଦ୍ଧିନରେ ଗତିକରୁଥିବା ମଧ୍ୟବିତ ବର୍ଗଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପ୍ରକାର ସହାୟତା କରୁନାହାଁନ୍ତି । ଏଭଳି ସମୟରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଆକାଶ ଛୁଅାଁ ଦର ବୃଦ୍ଧି ଯୋଗୁ ମଧ୍ୟବିତ ବର୍ଗ ତ୍ରାହି ତ୍ରାହି ଡାକୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟସରକାର ମହାମାରୀ ସମୟରେ ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ତେଣୁ ସରକାର ଦରବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିବା ସହ ଗରିବ ମଧ୍ୟବିତ ଶ୍ରେଣୀର ଖାଉଟିଙ୍କୁ ଲୁଟୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘର ଜିଲ୍ଲା ସଭାପତି ଶ୍ରୀ ପରିଡା ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.