Saturday , December 10 2022
Home / ବିଶେଷ / ପାରାଦୀପ ଅଂଚଳର ୫ ଥାନା ଅଧିକାରୀଙ୍କ ବଦଳି

ପାରାଦୀପ ଅଂଚଳର ୫ ଥାନା ଅଧିକାରୀଙ୍କ ବଦଳି

ପାରାଦୀପ ୧୭/୦୬/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ଡି.ଏସ୍.ପି. ଭାବେ ପଦେନ୍ନତି ପାଇଥିଲେ । ଏହା ପରେ ପାରାଦୀପ ଆଦର୍ଶ ଥାନାକୁ କେହି ନୂଆ ଅଧିକାରୀ ନଆସିବାରୁ ସେବେ ଠାରୁ ସେ ଏହି ଥାନା ଦାୟିତ୍ୱରେ ରହିଥିଲେ । ଗତ ୧୬ ତାରିଖ ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ରଙ୍ଗରାଜନ୍ ପାରାଦୀପ ଆଦର୍ଶ ଥାନା ନୂଆ ଅଧିକାରୀ ଭାବେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ପାରାଦୀପ ଲକ୍ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଙ୍କୁ ଜଗତସିଂହପୁର ଥାନା, ଅଭୟଚାନ୍ଦପୁର ଥାନା ଅଧିକାରୀ ଯୁଗଳ କିଶୋର ଦାସ ଙ୍କୁ ପାରାଦୀପ ଲକ୍ ଥାନା, ପାରାଦୀପ ମେରାଇନ୍ ଥାନା ଅଧିକାରୀ ପ୍ରଦ୍ୟୁମ୍ନ କିଶୋର ବେହେରାଙ୍କୁ ଅଭୟଚାନ୍ଦପୁର ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ସେହିପରି ଜିଲ୍ଲା ପୋଲିସ୍ ହେଡକ୍ୱାଟରରେ ଥିବା କିଶୋର କୁମାର ତରାଇଙ୍କୁ ପାରଦୀପ ମେରାଇନ୍ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ସମସ୍ତ ଅଧିକାରୀମାନଙ୍କୁ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଧେଶ ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.