ଜଗତସିଂହପୁର,୧୭/୦୬/୨୦୨୧(ଓଡ଼ିଶା ସମାଚାର)- ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଅଛି ।ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଶ୍ରୀ ସଗ୍ରାମ କେଶରୀ ମହାପାତ୍ର ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ପୈ।ର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀକାମିନୀ ରଂଜନ ପଟ୍ଟନାୟକ, ବରିଷ୍ଠ ସହାୟକ ଶ୍ରୀ ଦିପକ ପଟ୍ଟନାୟକ ଓ ପୈ।ର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର