Friday , September 29 2023
Breaking News
Home / ରାଜନୀତି / କଟକ ଆଜି ଭେଜାଲ୍ ସହରରେ ପରିଣତ ହୋଇଛି – ବିଜେପି

କଟକ ଆଜି ଭେଜାଲ୍ ସହରରେ ପରିଣତ ହୋଇଛି – ବିଜେପି

କଟକସଦର, ୧୭/୦୬/୨୦୨୧ (ଓଡିଶା ସମାଚାର/ଅଭୟ ଜେନା): ଐତିହାସିକ କଟକ ସହର ଆଜି  ଭେଜାଲ ସହରରେ ପରିଣତ ହୋଇଛି ବୋଲି  ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ ଅଭିଯୋଗ ଆଣିବା ସହ କଟକକୁ ଏହି କଳଙ୍କରୁ ମୁକ୍ତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି।

ଏ ସରକାରରେ ନକଲି ଔଷଧ, ଚାଉଳ, ତେଲ, ଘିଅ, ରିଫାଇନ, ମସଲା, ବିଷାକ୍ତ ଖାଦ୍ୟ ପଦାର୍ଥ ଠୁ ଆରମ୍ଭ କରି ସିମେଣ୍ଟ୍ ପର୍ଯ୍ୟନ୍ତ ସବୁର ଅପମିଶ୍ରଣ ଓ ଭେଜାଲ ଉତ୍ପାଦନ  ଏବଂ ବିକ୍ରିର ରାଜଧାନୀ ପାଲଟିଛି କଟକ ସହର।

ସାଧାରଣରେ ଅଭିଯୋଗ ହେଲେ କିମ୍ବା ଧରାପଡିଲେ ସରକାରଙ୍କ ପକ୍ଷରୁ ଆଖିଦୃଶିଆ ରେଡ୍ ଓ ଧରପଗଡ ହେଉଛି କିନ୍ତୁ ପରବର୍ତ୍ତୀ ସମୟରେ ଯାହାକୁ ସେୟା। ସରକାର ମୂଳକୁ ଯାଉନାହାନ୍ତି କି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କାରଣରୁ କଟକ ସହର ଆଜି ଜୀବନ ଘାତକ ସହରରେ ପରିଣତ ହୋଇଛି  ବୋଲି ଶ୍ରୀ ମାଲିକ ପ୍ରକାଶ କରିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *