Thursday , September 28 2023
Home / କ୍ରୀଡ଼ା / ଆନ୍ତର୍ଜାତୀୟ ଯୋଗ ଦିବସ ପରିପ୍ରେକ୍ଷୀରେ ପିପିଏଲ ଡିଏଭି ସ୍କୁଲ ଦ୍ୱାରା ଭର୍ଚୁଆଲ ଯୋଗ ଶିବିର ଉଦ୍ଘାଟିତ

ଆନ୍ତର୍ଜାତୀୟ ଯୋଗ ଦିବସ ପରିପ୍ରେକ୍ଷୀରେ ପିପିଏଲ ଡିଏଭି ସ୍କୁଲ ଦ୍ୱାରା ଭର୍ଚୁଆଲ ଯୋଗ ଶିବିର ଉଦ୍ଘାଟିତ

ପାରାଦୀପ,୧୭/୦୬/୨୦୨୧(ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ପିପିଏଲ ଡିଏଭି ପବ୍ଲିକ ସ୍କୁଲ ଦ୍ୱାରା ଏକ ଅନଲାଇନ୍ ଯୋଗ ଶିବିର ଜୁନ ୧୬ ତାରିଖ ବୁଧବାର ଦିନ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଜାତୀୟ ଯୋଗ ବିଭାଗୀ ମୁଖ୍ୟ ପଟିଆଲାର ଚନ୍ଦ୍ରକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିପିଏଲର ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଂଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆନ୍ତର୍ଜାତୀୟ କ୍ଷାତି ସଂମ୍ପର୍ଣ୍ଣ ଯୋଗ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ବାରିକ ଏହି ଉଦ୍ଘାଟନୀ ଶିବିରରେ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ । ଡିଏଭି ସ୍କୁଲ ଅଧ୍ୟକ୍ଷ ସଂଜୀବ କୁମାର ସାହୁଙ୍କ ତତ୍ୱାବଧାନରେ ଆଯୋଜିତ ଯୋଗ ଶିବିରରେ ପ୍ରଥମ ଦିନ ଅନଲାଇନ୍ ମାଧ୍ୟମରେ ୪୦୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜୁନ ୧୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିବ । ଏହି ଶିବିରର ସମସ୍ତ କାର୍ଯ୍ୟକ୍ରମକୁ ଡିଏଭି ସ୍କୁଲର କ୍ରୀଡା ବିଭାଗ ମୁଖ୍ୟ ଶାଶ୍ୱତ କୁମାର ଭାରତୀୟ ଓ ଧରିତ୍ରୀ ମିଶ୍ର ପରିଚାଳନା କରୁଥିବା ବେଳେ ସ୍କୁଲର ବୃନ୍ଦାବନ ରାଉତ, ରାଜଶ୍ରୀ ମହାପାତ୍ର, ଇନ୍ଦୁପ୍ରଭା ଦ୍ୱିବେଦୀ, ବିରେନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *