Monday , December 6 2021
Breaking News
Home / ବିଶେଷ / ଆଦର୍ଶ ଶିକ୍ଷକଙ୍କ ପରଲୋକ

ଆଦର୍ଶ ଶିକ୍ଷକଙ୍କ ପରଲୋକ

ପୁରୀ,୧୭/୦୬/୨୦୨୧(ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା ପିପିଲି ଅଂଚଳର ଜଣାଶୁଣା ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମିଶ୍ର ଆଉ ନାହାନ୍ତି । ଗତ ୧୨ ତାରିଖରେ ଉତରସାହି ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ମାସେ ହେଲା ସେ ବାର୍ଧକ୍ୟକାରଣରୁ ଅସୁସ୍ଥ ହୋଇପଡିଥିଲେ । ପିପିଲି ସ୍ଥିତ ଜବାହର ବିଦ୍ୟାପୀଠରେ ସେ ଗଣିତ ଶିକ୍ଷକ ଭାବେ ଚାକିରି ଆରମ୍ଭ କରିଥିଲେ ଓ ପ୍ରଧାନଶିକ୍ଷକ ଭାର ମଧ୍ୟ ସମ୍ଭାଳିଥିଲେ । ଏଇ ଗୋଟିଏ ସ୍କୁଲରେ ହିଁ ତାଙ୍କର ଚାକରି ଜୀବନ ଶେଷ ହୋଇଥିଲା । ୧୯୯୫ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ । ହୋମିଓପାଥି ପ୍ରତି ତାଙ୍କର ଅଧିକ ଆଗ୍ରହ ଥିବାରୁ ଅବସର ପରେ ସେ ହୋମିଓପାଥି ଔଷଧ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିବା ସହିତ ଲୋକମାନଙ୍କୁ ଔଷଧ ଦେଇ ରୋଗ ଭଲ କରୁଥିଲେ । ହୋମିଓପାଥି ବିଷୟରେ ସେ ଅନେକ ତଥ୍ୟ ଲିଖିତ ଆକାରରେ ରଖିଛନ୍ତି । ଏଥିମଧ୍ୟରୁ କେତେକ ବଙ୍ଗଳାରୁ ଇଂରାଜୀକୁ ଅନୁବାଦ ମଧ୍ୟ ହୋଇଛି । ତାହା ସବୁ ପାଣ୍ଡୁଲିପି ଆକାରରେ ରହିଛି । ସେ ଜଣେ ସରଳ,ନମ୍ର, ନିଷ୍କପଟ ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ମୃତୁ୍ୟରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ସମାଜସେବୀ ସୁଦର୍ଶନ ପ୍ରଧାନ, ସାହିତି୍ୟକ ଭରତ ଚନ୍ଦ୍ର ଦାଶ, ଡ. ପ୍ରକାଶ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର ମହାପାତ୍ର, ନିରଂଜନ ରଥ, ପଣ୍ଡିତ ପ୍ରମୋଦ ପଣ୍ଡା, ପଣ୍ଡିତ ରାଜକିଶୋର ଷଡଙ୍ଗୀ ପ୍ରମୁଖ ଓ ବିଭିନ୍ନ ସଂଗଠନ ଏବଂ ତାଙ୍କର ବହୁ ଛାତ୍ରଛାତ୍ରୀ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *