ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୬ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା ବେଳେ ୧୫୧୯ଜଣ ଲୋକାଲ୍ କେସ୍ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୦୭ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯୬ଜଣ, ବରଗଡ଼ ଜିଲ୍ଲାରୁ ୮୬ଜଣ, ଭଦ୍ରକ ଜିଲ୍ଲାରୁ ୧୮୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮ଜଣ, ବୌଦ୍ଧ ଜିଲ୍ଲାରୁ ୫୨ଜଣ, କଟକ ଜିଲ୍ଲାରୁ ୩୨୦ଜଣ, ଦେଓଗଡ଼ ଜିଲ୍ଲାରୁ ୨୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୬ଜଣ, ଗଜପତି ଜିଲ୍ଲାରୁ ୨୭ଜଣ, ଗଞ୍ଜାମ ଜିଲ୍ଲାରୁ ୨୬ଜଣ, ଜଗତସିଂହପୁର ଜିଲ୍ଲାରୁ ୯୦ଜଣ, ଯାଜପୁର ଜିଲ୍ଲାରୁ ୩୪୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨ଜଣ, କଳାହାଣ୍ଡି ଜିଲ୍ଲାରୁ ୩୫ଜଣ, କନ୍ଧମାଳ ଜିଲ୍ଲାରୁ ୫୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୪ଜଣ, କେନ୍ଦୁଝର ଜିଲ୍ଲାରୁ ୯୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୩୩ଜଣ, କୋରାପୁଟ ଜିଲ୍ଲାରୁ ୫୬ଜଣ, ମାଲକାନଗିରି ଜିଲ୍ଲାରୁ ୬୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୫ଜଣ, ନୟାଗଡ଼ ଜିଲ୍ଲାରୁ ୯୫ଜଣ, ନୂଆପଡ଼ା ଜିଲ୍ଲାରୁ ୧୫ଜଣ, ପୁରୀ ଜିଲ୍ଲାରୁ ୧୮୭ଜଣ, ରାୟଗଡ଼ା ଜିଲ୍ଲାରୁ ୭୩ଜଣ, ସମ୍ବଲପୁର ଜିଲ୍ଲାରୁ ୩୯ଜଣ, ସୋନପୁର ଜିଲ୍ଲାରୁ ୩୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣ, ଷ୍ଟେଟ ପୁଲ୍ ରୁ ୮୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୩୦୬୧ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ପୁରୀ, କଳାହାଣ୍ଡି ଓ ଗଞ୍ଜାମରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକ, ଜଗତସିଂହପୁର, ଝାରସୁଗୁଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ରହିଥିବା ବେଳେ ବରଗଡ, ବୌଦ୍ଧ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରହିଛନ୍ତି । ସମ୍ବଲପୁର, ନୂଆପଡା, କେନ୍ଦୁଝର, କନ୍ଧମାଳ, ଗଜପତି ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୬୩୦୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୧୧୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଯୋଗୁଁ ୩୪୩୨ଙ୍କ ଜୀବନ ଯାଇଥିବା ବେଳେ ୫୩ଜଣ କରୋନା ଆକ୍ରାନ୍ତ ଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ୪୭୭୯୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୨୮୩୬୪୩୪ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର