ସାଲେପୁର, ୧୬/୦୬/୨୦୨୧ (ଓଡିଶା ସମାଚାର / ଅଭୟ ଜେନା )-ଜମିବାଡ଼ିସୀମା ବିବାଦ କୁ କେଦ୍ରକରି ଗଣ୍ଡଗୋଳଓ ମାଡ଼ ପିଟ ଘଟି ଜଣ କର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି ।ସୀମାରେ ଥିବା ପଣସ ଗଛ ପାଇଁଏଭ ଳି ଅଭାବ ନୀୟ ଘଟଣା ଘଟି ଯାଇଛି. । ମୃତକ ହେଲେ ସାଲେପୁର ଥାନା ଅଞ୍ଚଳର ମାଣିତ୍ରୀ ଗ୍ରାମର ପଡା ଗାଁ ମଇଦିନପୁର ର ସେକ କରିମ ବକ୍ସ। କରିମ ବକ୍ସ ଓ ପଡୋଶୀ ସୟଦ ସଫିଉର ରହେମାନଙ୍କ ମଧ୍ୟରେ ପଣସକୁ କେଦ୍ର କରି ବଚସା ହୋଇଥିଲା । ଏଥିରେ ସଫିଉର ରେହେମାନ ଆକ୍ରମଣ କରିବା ଯୋଗୁ ଘଟଣା ସ୍ଥଳରେ କରିମ ବକ୍ସ ଗୁରୁତର ହୋଇପଡିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ସାଲେପୁର ମେଡିକାଲକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାରେ ସାଲେପୁର ପୋଲିସ ସଫିଉର ରହେମାନଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରିଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି। ଏପଟେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି। ଓଡିଶା ସମାଚାର