Monday , December 6 2021
Breaking News
Home / ରାଜନୀତି / ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ କରିଥିବା ‘ସ୍ୱାସ୍ଥ୍ୟ ହିଁ ସଂପଦ’ ସେବା ଅଭିଯାନରେ ପୁଣି ଆଜି ଆଉ ଦୁଇଟି ଜରୁରୀକାଳୀନ ସେବାକୁ ସାମିଲ କରିଛନ୍ତି । ଏହି ପରିପ୍ରେକ୍ଷିରେ ପାରାଦୀପର ଅଟଳ ବିହାରୀ ଟ୍ରଷ୍ଟ କାର୍ଯ୍ୟାଳୟରେ ଏହି ଦୁଇ ଜରୁରୀକାଳୀନ ସେବାକୁ ପାରାଦୀପ ନିର୍ବାଚନ ମଣ୍ଡଳୀବାସୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ପାରାଦୀପ କୋଭିଡ୍ ହସ୍ପିଟାଲରେ ଗୁରୁତର ହେଉଥିବା ସଂକ୍ରମିତଙ୍କୁ କଟକ କିମ୍ବା ଭୁବନେଶ୍ୱର ନେବା ପାଇଁ କୌଣସି ଲାଇପ୍ ସପୋର୍ଟ ଆମ୍ବୁଲାନ୍ସ ସେବା ନାହିଁ । ସାଧାରଣ ଆମ୍ବୁଲାନ୍ସରେ ଏତେ ବାଟ ଯାଉଥିବା ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପର୍ଣ୍ଣ ହୋଇ ପଡୁଛି । ଏହାକୁ ଅନୁଭବ କରି ପାରାଦୀପ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଙ୍କ ପାଇଁ ଏକ ଭେନ୍ଟିଲେଟର୍-ଆଇସିୟୁ ନିୟନ୍ତ୍ରିତ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି ସଂପଦ ସ୍ୱାଇଁ । ଏହି ଆମ୍ବୁଲାନ୍ସଟି ପାରାଦୀପ କୋଭିଡ୍ ହସ୍ପିଟାଲ ସହ ଯୋଗସୂତ୍ର ରକ୍ଷା କରି କାର୍ଯ୍ୟ ସଂପାଦନ କରିବ ବୋଲି କୁହାଯାଇଛି । ସବୁଠୁ ବଡ କଥା ହେଉଛି ଏଭଳି ଆମ୍ବୁଲାନ୍ସ ଭଡାରେ ନେଲେ ଥରକୁ ପାଖାପାଖି ୩୦ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ହେଲେ ଏହି ସ୍ୱାସ୍ଥ୍ୟ ହିଁ ସଂପଦ ସେବା ଅଭିଯାନ ମାଧ୍ୟମରେ ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ଏହା ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ବୋଲି ବିଜେପି ନେତା ଶ୍ରୀ ସ୍ୱାଇଁ ଜଣାଇଛନ୍ତି । ସେହିପରି ପାରାଦୀପ ନିର୍ବାଚନ ମଣ୍ଡଳୀର ଗ୍ରାମାଂଚଳରେ କରୋନା ସଂକ୍ରମଣ ଯୋଗୁଁ ମୃତୁ୍ୟ ବରଣ କରୁଥିବା ଲୋକମାନଙ୍କୁ ଶ୍ମଶାନରେ ପହଁଚାଇବା ପାଇଁ ମୁକ୍ତିରଥ ସେବା ଆରମ୍ଭ କରାଯାଇଛି । ସୋମବାର ଦିନ ଅଟଳ ବିହାରୀ ଟ୍ରଷ୍ଟ ପରିସରରେ ଆୟୋଜିତ ଏହି ସେବାର ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ, ପାରାଦୀପ ବନ୍ଦର ପୂର୍ବତନ ଟ୍ରଷ୍ଟି ପରେଶ ମୁର୍ମୁ, ବିଜେପି ନେତା ଅଜିତ କୁମାର ଦାସ, ଅରୁଣ ସ୍ୱାଇଁ, ତପନ ତ୍ରୀପାଠୀ, ସର୍ବେଶ୍ୱର ବଳିଆରସିଂ, ଶ୍ରୀନିବାସ ସ୍ୱାଇଁ, ନିରଂଜନ ପାତ୍ର, ସୁବ୍ରତ ପ୍ରଧାନ, ନନ୍ଦିନୀ ପରିଡା, ହୃଷିକେଶ ଦାସ, ଯୀଶୁକ୍ରୀଶ୍ଟ ପ୍ରଧାନ, ସର୍ବେଶ୍ୱର ଜେନା, ସ୍ମୃତିରଂଜନ ପରିଜା ପ୍ରମୁଖ ଯୋଗ ଦେଇଥିଲେ । ତେବେ ସଂପଦଙ୍କ ସେବା ମନୋବୃତି ରାଜନୀତିକୁ ସମଗ୍ର ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣ ସ୍ୱାଗତ କରିଥିବା ବେଳେ ତାଙ୍କର ନିସ୍ୱାର୍ଥ ପର ସେବା ପାଇଁ ତାଙ୍କୁ ବହୁ ବୁଦ୍ଧିଜିବୀ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ନିଶ୍ଚିନ୍ତକୋଇଲି,୦୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ …

Leave a Reply

Your email address will not be published. Required fields are marked *