Saturday , April 1 2023
Breaking News
Home / ବିଶେଷ / ବନ୍ଧୁକ ମୁନରେ ପରିବାରଙ୍କୁ ବନ୍ଧକ ରଖିଥିବା ପରିବାର ସୁରକ୍ଷିତ ଭାବେ ଉଦ୍ଧାର ଓ ସମ୍ପୃକ୍ତ ଯୁବକ କାବୁ

ବନ୍ଧୁକ ମୁନରେ ପରିବାରଙ୍କୁ ବନ୍ଧକ ରଖିଥିବା ପରିବାର ସୁରକ୍ଷିତ ଭାବେ ଉଦ୍ଧାର ଓ ସମ୍ପୃକ୍ତ ଯୁବକ କାବୁ

ବଲାଙ୍ଗୀର,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ବଲାଙ୍ଗୀର ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ଆଜି ହଠାତ୍ ଟାଉନ୍ ଥାନା ଅନ୍ତର୍ଗତ ଶାନ୍ତି ପଡ଼ାର ଶିକ୍ଷକ ମଦନ ମୋହନ ହୋତାଙ୍କ ଘରେ ବିକ୍ରମ ପଣ୍ଡା ନାମକ ଜଣେ ଯୁବକ ପ୍ରେମ ବ୍ୟାପାରକୁ ନେଇ ଏକ ବନ୍ଧୁକ ମୁନରେ ପରିବାରର ସମସ୍ତଙ୍କୁ ବନ୍ଧକ ରଖିଥିଲା । ଦୀର୍ଘ ୮ ଘାଟାର ଅପରେସନ୍ ପରେ ପୋଲିସ୍ ଓ ଅଗ୍ନୀଶମ ବାହିନୀ ଝରକା ଭାଙ୍ଗି ଅଟକ ପରିବାରର ସମସ୍ତଙ୍କୁ ଉଦ୍ଧାର କରିବା ପରେ ସମ୍ପୃକ୍ତ ଯୁବକକୁ କାବୁ କରିଛନ୍ତି । ତାକୁ ଧରିବାକୁ ଉଦ୍ୟମ କଲେ ସେ ନିଯେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିବ ବୋଲି ମଧ୍ୟ ଧମକ ଦେଇଥିଲା । ତାକୁ କାବୁ କରିବା ବେଳେ ସେ ପୋଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ଥାନା ଅଧିକାରୀ, ଏସଡ଼ିପିଓ, ଏସପି ଉପସ୍ଥିତ ରହି ସମସ୍ତ ଅପରେସନ୍ କୁ ସଫଳ କରି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.