Tuesday , December 7 2021
Breaking News
Home / ବିଶେଷ / କୋଭିଡରେ ପ୍ରାଣ ହରାଇଥିବା ପିତାମାତାଙ୍କ ୩ ଅନାଥ ପିଲାଙ୍କୁ ସହାୟତା ପ୍ରଦାନ କଲା ପ୍ରଶାସନ

କୋଭିଡରେ ପ୍ରାଣ ହରାଇଥିବା ପିତାମାତାଙ୍କ ୩ ଅନାଥ ପିଲାଙ୍କୁ ସହାୟତା ପ୍ରଦାନ କଲା ପ୍ରଶାସନ

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- କୋଭିଡରେ ପ୍ରାଣ ହରାଇଥିବା ପିତାମାତାଙ୍କ ୩ଟି ଅନାଥ ପିଲାଙ୍କୁ ସହାୟତା ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡି ଗ୍ରାମର କିଶୋର ଚନ୍ଦ୍ର ରଥ(୪୩) ଆନ୍ଧ୍ରପ୍ରଦେଶର ଆନନ୍ଦପୁର ଜିଲ୍ଲାରେ ଗତ ୧୫ବର୍ଷ ଧରି ବେସରକାରୀ ସଂସ୍ଥାରେ କାମ କରୁଥିଲେ । ସେଠାରେ କୋଭିଡ ଆକ୍ରାନ୍ତ ହୋଇ ଗତ ମଇଁମାସ ୪ତାରିଖରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ସେହିଦିନ ତାଙ୍କ ପତ୍ନୀ ସୁପ୍ରିୟା ରଥ(୩୮)ଓ ତାଙ୍କର ୩ଟି ପିଲାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତ ମଇଁମାସ ୫ତାରିଖରେ କୋଭିଡ ପରୀକ୍ଷା କରାଯିବାରେ ସୁପ୍ରିୟାଙ୍କର ପଜିଟିଭ ବାହାରିବାରୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ମଇଁ ୬ତାରିଖରେ ତାଙ୍କର ସେଠାରେ ମୃତୁ୍ୟ ହୋଇଯାଇଥିଲା । ଉଭୟ କିଶୋର ଏବଂ ସୁପ୍ରିୟାଙ୍କ ୩ଟି ଅନାଥ ପିଲା ଏବେ ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରେ ମାମୁଁ ଘରେ ରହୁଛନ୍ତି । ସରକାରଙ୍କ ନିର୍ଦେଶ ଅନୁଯାଇ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୋମବାର ପୂର୍ବାହ୍ନରେ ସେହି ଅନାଥ ପିଲାମାନଙ୍କ ପାଖରେ ପହଂଚି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ରାଜ୍ୟ ସରକାରଙ୍କ ନୂତନ ସଂଶୋଧନ ମଧୁବାବୁ ଭତା ଯୋଜନାରେ ତିନିମାସର ଭତା ୧୫ଶହ ଟଙ୍କା କରି ଭତା ଓ ପରିଚୟପତ୍ର ପ୍ରତ୍ୟେକ ପିଲାଙ୍କୁ ପ୍ରଦାନ କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଯତ୍ନ ଯୋଜନାରେ ସେହି ପିଲାମାନଙ୍କୁ ଶିକ୍ଷା ପ୍ରଭୃତି ସମସ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ସେହିଭଳି ଅମୃତମଣୋହୀ ଗ୍ରାମର କୋଭିଡରେ ସ୍ୱାମୀ ମୃତୁ୍ୟବରଣ କରିଥିବା ଜଣେ ବିଧବା ମହିଳାଙ୍କୁ ମଧ୍ୟ ଏହି ଯୋଜନାରେ ଭତା ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ସହିତ ପଟ୍ଟାମୁଣ୍ଡାଇ ମଣ୍ଡଳ ଉନ୍ନୟନ ଅଧିକାରୀ ଭରତ ଚନ୍ଦ୍ର ପରିଡା, ତହସିଲଦାର ଭୋଳାନାଥ ସେଠୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *