କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ରାପଡାର ପୁର୍ବତନ ସାଂସଦ ତଥା ବିଜେପି ରଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡାଙ୍କ ପରାମର୍ଶ କ୍ରମେ ସାଧାରଣ ସଂପାଦକ ଅଭିମନୁ୍ୟ ଗୋଚ୍ଛାୟତଙ୍କ ନେତୃତ୍ୱରେ ପୁରୁଷୋତମପୁର ପଂଚାୟତର କୋରୁଆ ଗ୍ରାମର କର୍କଟ ରୋଗରେ ପିଡିତ ଥାଇ ଅକାଳ ମୃତୁ୍ୟ ବରଣ କରିଥିବା ଅନନ୍ତ ଚରଣ ଲେଙ୍କାଙ୍କ ବିଧବା ପତ୍ନୀ,ସେହି ଗ୍ରାମର ଅସହାୟ ଦମ୍ପତି ଚନ୍ଦ୍ରମଣୀ ସାହୁ ଓ କବିତା ସାହୁ ଏବଂ ବାରୋ ପଂଚାୟତର ଇଟିପୁର ଗ୍ରାମର ବଜ୍ରାଘାତରେ ଗୁରୁତର ଆକ୍ରାନ୍ତ ହୋଇଥିବା ସୁଧିର ମଳିକଙ୍କ ଧର୍ମପତ୍ନୀ ମଞ୍ଜୁଲତା ମଳିକଙ୍କୁ ଭେଟି ସମବେଦନା ଜଣାଇବା ସହ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ପ୍ରେରିତ ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଉମାକାନ୍ତ ନାୟକ, ଦୟାନିଧି ବଳ, ଜିଲ୍ଲା ଆଇ.ଟି. ସଂଯୋଜକ ମୁକ୍ତିକାନ୍ତ ସ୍ୱାଇଁ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବିଚିତ୍ର କୁମାର ପ୍ରଧାନ, ବାବୁଲି ଚରଣ ଲେଙ୍କା, ଆଦିତ୍ୟ ପ୍ରତାପ ଲେଙ୍କା, ଇଶାନ ଦାସ, ଅନିଲ ଲେଙ୍କା, ହଳଧର ସାହୁ, ସାଗର ସାହୁ, ସୌରଭ ଲେଙ୍କା, ଅଭିଜିତ ଲେଙ୍କା ଓ କରୁଣାକର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର