Thursday , June 30 2022
Breaking News
Home / ବିଶେଷ / ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ବ କୁ ପରିବର୍ତ୍ତନ କରାଯାଇପାରେ : ଅଂଶୁମାନ ପ୍ରିୟ ଦର୍ଶନ 

ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ବ କୁ ପରିବର୍ତ୍ତନ କରାଯାଇପାରେ : ଅଂଶୁମାନ ପ୍ରିୟ ଦର୍ଶନ 

କନ୍ଧମାଳ, ୧୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଦେଶ ମହାମାରୀ କରୋନା ରେ କବଳିତ ଥିବାରୁ ସବୁ କିଛି ଠପ ହୋଇ ଯାଇଛି । ସେଥି ମଧ୍ୟରୁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି କହିଲେ ଅତି୍ୟୁକ୍ତି ହେବ ନାହିଁ । ଏ ସବୁକୁ ଆଖି ଆଗରେ ରଖି ୟୁଥ ଅଫ କନ୍ଧମାଳ ଆରମ୍ଭ କରିଛି ଏକ ନିଆରା ପ୍ରୟାସ l ପ୍ରଥମେ କନ୍ଧମାଳ ଜିଲ୍ଲା  ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଦ୍ରୁକୁମ୍ପା ପଞ୍ଚାୟତରେ ଥିବା ଆଡିମୁଣ୍ଡା, ଚୁଚୁରୁଡ଼ା, ଯାର୍ଗିଶୋରୁ ଏହି ତିନୋଟି ଗାଁରେ ୟୁଥ ଅଫ କନ୍ଧମାଳର ଟିମ ପହଂଚି ଅଞ୍ଚଳ ବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସବୁ ଅସୁବିଧା ଭିତରୁ ପେଟର ଭୋକ କୌଣସି ଉପାୟରେ ଭରି ଯାଉଛି କିନ୍ତୁ ଶିକ୍ଷାର ଭୋକ କେହି ମେଣ୍ଟାଇ ପାରୁନାହାନ୍ତି ବୋଲି ଟିମ ଆଗରେ ବଖାଣି ଥିଲେ । ଯାହାକି  କରୋନା ଯୋଗୁଁ ବେଶି କ୍ଷତିଗ୍ରସ୍ତ ହୋଇ ଯାଇଛି । ଦୁଃଖ ର ବିଷୟ ଯେ ପିଲାଙ୍କୁ ଖୋଜିଲା ବେଳକୁ କାହାର ମଧ୍ୟ ପିଲା ଘରେ ନଥିଲେ, ପ୍ରାୟ ପିଲା ମାନେ  ଜଙ୍ଗଲ କୁ ଆମ୍ବ ଓ ଅନ୍ୟାନ୍ୟ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯାଇଥିଲେ। ସେ ଅସୁବିଧା କୁ ଦେଖି ୟୁଥ୍ ଅଫ କନ୍ଧମାଳ ର କିଛି ଯୁବ ବନ୍ଧୁ ଉକ୍ତ ଗାଁ ରେ  କରୋନା ସଚେତନତା , ମାସ୍କ ବଣ୍ଟନ ସହ କରୋନା ମହାମାରୀ ଯୋଗୁ ଶିକ୍ଷା ବାତାବରଣ ରୁ ଦୂରକୁ ଚାଲି ଯାଇଥିବା ଗାଁ ର ସମସ୍ତ ଛାତ୍ର ଛାତ୍ରୀଙ୍କୁ  ଏକତ୍ରିତ କରି ସାମାଜିକ ଦୂରତା ବଜାୟ ରଖି ପାଠ ପଢ଼ାଇଥିଲେ । ଏବଂ ଏହି କାର୍ଯ୍ୟ ଆଗାମୀ ଦିନରେ ସପ୍ତାହନ୍ତ ୨ ଦିନ ପ୍ରତ୍ୟେକ ଗାଁ ରେ ପାଠ ପଢ଼ାଇବା ପାଇଁ ଯୋଜନା ରହିଛି ବୋଲି ୟୁଥ୍ ଅଫ କନ୍ଧମାଳ ସଭାପତି ଅଂଶୁମାନ ପ୍ରିୟଦର୍ଶନ ପ୍ରକାଶ କରିଛନ୍ତି । ଏହି ଟିମ ର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ସିଦ୍ଧାର୍ଥ ନାୟକ ଙ୍କ ଅବଦାନ ତଥା ବିବେକ ଭାଇ, ସୋମ୍ୟାଜିତ୍ ତ୍ରିପାଠୀ,ଶିବ ସୁନ୍ଦର ସାହୁ, ଲଳିତ ପ୍ରଧାନ ପ୍ରମୁଖ ଙ୍କ ବଳିଷ୍ଠ ଯୋଗଦାନ ରେ ସଫଳ ହୋଇପାରିଛି। ଓଡିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *