Monday , December 6 2021
Breaking News
Home / ବିଶେଷ / ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାପତିଙ୍କ ବିୟୋଗରେ ଶୋକ ସଭା

ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାପତିଙ୍କ ବିୟୋଗରେ ଶୋକ ସଭା

ବାଲିଗୁଡ଼ା,୧୪/୦୬/୨୦୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ପାର୍ଥବ ନାୟକ ଙ୍କ ବିୟୋଗ ରେ ସଂଘ ପକ୍ଷରୁ ବାଲିଗୁଡ଼ା ସ୍ଥିତ ମା ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ଚଳିତ ମାସ ତିନି ତାରିଖ ଦିନ ସ୍ୱର୍ଗତ ନାୟକ ମୃତ୍ୟୁ ବରଣ କରିଥିଲେ । ଏନେଇ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇ ଥିଲା । ଏକାଧାରରେ ସେ ଜଣେ ଆଗଧାଡିର ସଂଗଠକ ମିଷ୍ଟ୍ ଭାଷୀ ପରୋପକାରୀ ଥିଲେ । ଗତ ୨୦୧୪ମସିହା ଠାରୁ ସଂଘ ପାଇଁ କାମ କରୁଥିଲେ । ତାଙ୍କ ବିୟୋଗ ସଂଘ ପାଇଁ ଅପୁରଣୀୟ କ୍ଷତି ହେଲା ବୋଲି ସଂଘର ପଦାଧିକାରୀ ଓ ସଦସ୍ୟ ଗଣ ମର୍ମାହତ ହୋଇପଡିଛନ୍ତି । ଏହା ବ୍ୟତୀତ ସେ ଜଣେ ଦକ୍ଷ ମଞ୍ଚ କଳାକାର ମଧ୍ୟ ଥିଲେ । ଆୟୋଜିତ ଶୋକ ସଭାରେ ସମ୍ପାଦକ ବିନୋଦ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ନାରାୟଣ ପ୍ରଧାନି, ସହ ସମ୍ପାଦକ ଶିଶିର କୁମାର ପରିଡ଼ା, ପୂର୍ବତନ ଉପସଭାପତି ସୁରଥ ପାଣଗ୍ରାହୀ, ଜିଲ୍ଲା ସଭ୍ୟ ଦିଲ୍ଲୀପ କୁମାର ଦିଗାଲ, ଆକବର ଚାନ୍ଦ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ସଂଘର ଉପସଭାପତି ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ବରେ ଏହି କାର୍ୟ୍ୟକ୍ରମ ପରିଚାଳନା ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *