ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର)- ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ସ୍ଥାନ ଦଧିମାଛ ଗାଡ଼ିଆର କାହାଣୀ ଓ ମହାପ୍ରଭୁ ଜଗନ୍ନାଥଙ୍କ ଲୀଲା ସମ୍ପର୍କିତ ଆଧ୍ୟାତ୍ମିକ ପୁସ୍ତକ “ଦାରୁକ୍ଷେତ୍ରରେ ଦାରୁ ଦେବତା” ଭରଚୁଆଲ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ସମିତି ପକ୍ଷରୁ ମାନସ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଠା ପଦ୍ମଶ୍ରୀ ଡ଼ ଦେବୀ ପ୍ରସନ୍ନ ପଟ୍ଟନାୟକ, ଡ଼ା. ଧିରେନ୍ଦ୍ର କୁମାର ପଟ୍ଟନାୟକ, ଅନ୍ୟମାନଙ୍କ ମଧ୍ୟରେ ଡ଼ ଭାଷ୍କର ଚନ୍ଦ୍ର ପଟ୍ଟନାୟକ, ସରସ୍ୱତୀ ପଟ୍ଟନାୟକ, ଅଜିତ କୁମାର ପଟ୍ଟନାୟକ, ପୁସ୍ତକର ମୁଖ୍ୟ ସମ୍ପାଦକ ଲୋକନାଥ ଦାଶ ପ୍ରମୁଖ ସାମିଲ ହୋଇଥିଲେ । ଏଥିରେ ବହୁ ମାନ୍ୟଗଣ ବ୍ୟକ୍ତି ସାମିଲ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୧୨ମାସର ପୂଜା ପର୍ବ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର