ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୭୫ଜଣ ସଙ୍ଗରୋଧ କେନ୍ଦ୍ର ରୁ ହୋଇଥିବା ବେଳେ ୧୮୬୪ଜଣ ଲୋକାଲ୍ କେସ୍ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୨୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯୬ଜଣ, ବରଗଡ଼ ଜିଲ୍ଲାରୁ ୬୮ଜଣ, ଭଦ୍ରକ ଜିଲ୍ଲାରୁ ୨୦୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୩ଜଣ, ବୌଦ୍ଧ ଜିଲ୍ଲାରୁ ୫୪ଜଣ, କଟକ ଜିଲ୍ଲାରୁ ୪୮୦ଜଣ, ଦେଓଗଡ଼ ଜିଲ୍ଲାରୁ ୨୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୪ଜଣ, ଗଜପତି ଜିଲ୍ଲାରୁ ୩୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୩ଜଣ, ଯାଜପୁର ଜିଲ୍ଲାରୁ ୨୦୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୩ଜଣ, କଳାହାଣ୍ଡି ଜିଲ୍ଲାରୁ ୬୨ଜଣ, କନ୍ଧମାଳ ଜିଲ୍ଲାରୁ ୬୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮୧ଜଣ, କେନ୍ଦୁଝର ଜିଲ୍ଲାରୁ ୯୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୦୦ଜଣ, କୋରାପୁଟ ଜିଲ୍ଲାରୁ ୬୫ଜଣ, ମାଲକାନଗିରି ଜିଲ୍ଲାରୁ ୫୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୮ଜଣ, ନୟାଗଡ଼ ଜିଲ୍ଲାରୁ ୧୪୯ଜଣ, ନୂଆପଡ଼ା ଜିଲ୍ଲାରୁ ୧୪ଜଣ, ପୁରୀ ଜିଲ୍ଲାରୁ ୨୫୫ଜଣ, ରାୟଗଡ଼ା ଜିଲ୍ଲାରୁ ୬୪ଜଣ, ସମ୍ବଲପୁର ଜିଲ୍ଲାରୁ ୫୪ଜଣ, ସୋନପୁର ଜିଲ୍ଲାରୁ ୮୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭୮ଜଣ, ଷ୍ଟେଟ୍ ପୁଲ୍ ରୁ ୧୦୯ଜଣ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୬୧୨୧ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ବାଲେଶ୍ୱର, ବରଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି କଳାହାଣ୍ଡି, ନୟାଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, ବୌଦ୍ଧ , ଢେଙ୍କାନାଳ , ଗଞ୍ଜାମ, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୬୧୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୯୬୭୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଯୋଗୁଁ ୩୩୪୬ଙ୍କ ଜୀବନ ଯାଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୫୫୯୨୩ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ୧୨୭୨୦୯୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର