Sunday , November 28 2021
Home / ବିଶେଷ / କରୋନା ମହାମାରୀ ସମୟରେ ନିରାଶ୍ରୟର ଆଶାବାଡି ସାଜିଛି ଉତ୍କଳ ବିକାଶ ପରିଷଦ

କରୋନା ମହାମାରୀ ସମୟରେ ନିରାଶ୍ରୟର ଆଶାବାଡି ସାଜିଛି ଉତ୍କଳ ବିକାଶ ପରିଷଦ

 କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ଜିଲ୍ଲା କନ୍ଦରପୁର ପଂଚାୟତ ଉପକଣ୍ଠ କେଶପୁର ଗ୍ରାମର ହେମନ୍ତ ହାତୀ(୩୫) ଓ ଟୁଟୁ ରାଉତ(୩୬) କରୋନା ଜନିତ ମୃତ୍ୟୁ ପରେ ଦୁଇ ଅସହାୟ ପରିବାରକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱେଚ୍ଛାସେବୀ ନାଟ୍ୟକାର ଅଶୋକ ପଟ୍ଟନାୟକ,ଚକ୍ରବର୍ତ୍ତୀ ଓତା,ନିରଂଜନ ରାଉଳ,ଦେବୀ ପ୍ରସାଦ ପତି,ପ୍ରଦୀପ ମହାଳି,ଅନି ମହାପାତ୍ର,ସଂଜୟ ସାହୁ,ସନ୍ତୋଷ ଭୋଇ,ବିଶ୍ୱଜିତ ନାୟକ ପ୍ରମୁଖ ସେହି ପରିବାରର ସମସ୍ତଙ୍କୁ ଭେଟି ଶୋକ ଜଣାଇବାସହ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏଥିସହ ତାଙ୍କ ପିଲାମାନଙ୍କ ଶିକ୍ଷାଦାନ ବ୍ୟବସ୍ଥାରେ ପରିଷଦ ପକ୍ଷରୁ ଯଥା ସମ୍ଭବ ସହଯୋଗ ପ୍ରଦାନ କରାଯିବାକୁ ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଛି । ପରିଷଦର ଦୀର୍ଘଦିନ ଧରି କଟକ ଜିଲ୍ଲାରେ ଏହିପରି ବହୁବିଧ ସେଵାକାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି । ଓଡିଶା ସମାଚାର

About admin

Check Also

ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ପଥରକଣୀ ମନ୍ଦିର ପରିସରରେ ଶନିବାର କେନ୍ଦ୍ରାପଡାର ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀମାନଙ୍କର …

Leave a Reply

Your email address will not be published. Required fields are marked *