Tuesday , December 7 2021
Home / ବିଶେଷ / ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗୋଛାପଡା  ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାମ ଲାଙ୍ଗୁସା କହଁର (୪୮) ଓ ତାର ଘର ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ଡୁବାସାରୁ ଗ୍ରାମ ବୋଲି ଜଣାପଡିଛି  ।ସୂଚନା ଅନୁଯାୟୀ ସେ ଏହି ଅଞ୍ଚଳରେ ଥିବା ମାଓବାଦୀଙ୍କୁ ରାସନ ସାମଗ୍ରୀ,ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇ ଦେଉଥିଲା । ଏଥି ସହ ସଂପୃକ୍ତ ଅଞ୍ଚଳରେ ଯୁବକ ମାନଙ୍କୁ ମାଓ ସଂଗଠନରେ ସାମିଲ ହେବା ପାଇଁ ପ୍ରରୋଚନା  କରିବା ସହ ଗାଁ ମାନଙ୍କର ରେ ସଭାସମିତି ଆୟୋଜନ କରୁଥିଲା ।ଗତ ଏପ୍ରିଲ ୪ ତାରିଖରେ କଲମପଡାଠାରେ ପୁଲିସ- ମାଓବାଦୀ ଗୁଳି ବିନିମୟ ବେଳେ ଅଭିଯୁକ୍ତ ସେଠାରେ ଉପସ୍ଥିତ ଥିବା ପୁଲିସ ଜାଣିପାରିଛି । ଅଭିଯୁକ୍ତ ଲାଙ୍ଗୁସାକୁ ଗୋଚ୍ଛାପଡା ପୁଲିସ ଗିରଫ କରିବା ସହ ଅଭିଯୁକ୍ତ ବିରୋଧରେ କେସ ନଂ ୨୯/୨୧ ପ୍ରକାରେ ଏକ ମକଦ୍ଦମା ରୁଜ୍ଜୁ କରି  କୋର୍ଟ ଚାଲାଣ କରାଯାଇଛି  । ଓଡିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *