Friday , September 29 2023
Breaking News
Home / ବିଶେଷ / ବଡପଡିଆ ମାର୍କେଟ ମୁଖ୍ୟ ରାସ୍ତା ଉପରେ  ବେଆଇନ୍ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା

ବଡପଡିଆ ମାର୍କେଟ ମୁଖ୍ୟ ରାସ୍ତା ଉପରେ  ବେଆଇନ୍ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା

ପାରାଦ୍ୱୀପ ୧୩/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ସମୟରେ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସମେତ ସମସ୍ତ କୋଭିଡ୍-୧୯ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ବନ୍ଦର ସହର ପାରାଦ୍ୱୀପରେ ଏଥିରେ ବ୍ୟତିକ୍ରମ ହେବାର ଦେଖାଯାଉଛି । ପାରାଦ୍ୱୀପ ସହରର ମୁଖ୍ୟ ବ୍ୟବସାୟ କେନ୍ଦ୍ର ବଡପଡିଆ ମାର୍କେଟ ନିକଟ ରେ ଥିବା ମୁଖ୍ୟ ରାସ୍ତା ଉପରେ ବିଭିନ୍ନ ଚାରିଚକିଆ, ଦୁଇଚକିଆ ଓ ଟ୍ରକ ମାନେ ବେଆଇନ୍ ଭାବେ ଘଂଟା ଘଂଟା ଗାଡି ପାର୍କିଂ କରି ରଖୁଥିବା ଯୋଗୁଁ ଏହି ରାସ୍ତା ରେ ଅନ୍ୟାନ୍ୟ ଯାନ ଓ ସାଧାରଣରେ ଯିବା ଆସିବା ମୁସ୍କିଲ ହୋଇଯାଇଛି । ମାର୍କେଟ ରାସ୍ତା ଓ ସାଧାରଣରେ ଗହଳି ଲାଗି ରହିବା ଯୋଗୁଁ ଗୋଷ୍ଠି ସଂକ୍ରମଣର ସମ୍ଭାବନାକୁ ଏଠାରେ ଏଡାଇ ଦିଆଯାଇ ନ ପାରେ । ତେବେ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜୟଦେବ ସଦନ ଛକରେ ଥିବା ଅସ୍ଥାୟୀ ପରିବା ମାର୍କେଟ ଠାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସହରର ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ କଡା ପ୍ରହରାର ବ୍ୟବସ୍ଥା କରାଯାଇଛି । କିନ୍ତୁ ପୋଲିସ ଓ ଟ୍ରାଫିକ କର୍ମଚାରୀ ମାନଙ୍କ ଅଭାବରୁ ସହରର ସମସ୍ତ ସ୍ଥାନରେ ତଦାରଖ କରିବା ସମ୍ଭବ ହେଉନଥିବା ଜଣାପଡିଛି । ଅନ୍ୟପକ୍ଷରେ ମାର୍କେଟ ଓ ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ମୁଖ୍ୟ ରାସ୍ତା ମାନଙ୍କରୁ ଏହି ସବୁ ବେଆଇନ୍ ପାର୍କିଂକୁ ହଟାଯାଇ ପାରିଲେ ଟ୍ରାଫିକ ସମସ୍ୟା ଦୂରହେବା ସେଙ୍ଗ ସେଙ୍ଗ ସାମ୍ଭାବ୍ୟ ଗୋଷ୍ଠୀ ସଂକ୍ରମଣର ଭୟ ଦୂରିଭୁତ ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *