Sunday , March 26 2023
Breaking News
Home / ବିଶେଷ / ପାଟକୁରାର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଚକ୍ରଧର ଶତପଥିଙ୍କ ଚତୁର୍ଦ୍ଧଶ ଶ୍ରାଦ୍ଧ ପାଳିତ 

ପାଟକୁରାର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଚକ୍ରଧର ଶତପଥିଙ୍କ ଚତୁର୍ଦ୍ଧଶ ଶ୍ରାଦ୍ଧ ପାଳିତ 

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ପାଟକୁରାର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଚକ୍ରଧର ଶତପଥିଙ୍କ ଚତୁର୍ଦ୍ଧଶ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ବାରୁଣୀ ଠାରେ ପ୍ରତିଷ୍ଠିତ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ବିଶ୍ୱ ମହାମାରୀ କରୋନା ଯୋଗୁ ସମଗ୍ର ରାଜ୍ୟରେ ଲକ ଡ଼ାଉନ୍ ଲାଗୁ କରାଯାଇଥିବାରୁ ଅନ୍ୟ ସମସ୍ତ ଉତ୍ସବ ବନ୍ଦ ଥିବାବେଳେ ନିରାଡମ୍ବର ଭାବେ କେବଳ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, କଳାବୁଦା ସରପଂଚ ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବୀ ଶୈଳେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ନାୟକ, ଦେବେନ୍ଦ୍ର ଶତପଥୀ, ବରିଷ୍ଠ ସାମ୍ବାଦିକ ଧିରେନ୍ ମିଶ୍ର, ଗୋକୁଳାନନ୍ଦ ପରିଜା , ସୂଚନା ଅଧିକାର କର୍ମୀ ପବିତ୍ର ପାଣି, ପ୍ରଫୁଲ୍ଲ ସ୍ୱାଇଁ, ପୁତ୍ର ଆଲୋକ ରଂଜନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଶତପଥୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ତାଙ୍କ ପ୍ରତିମୂର୍ତୀ ଚତୁଃପାଶ୍ୱର୍ ସଫେଇ ଓ ପଥଚାରୀଙ୍କୁ ମାସ୍କ ବଂଟନ କରାଯାଇଥିଲା । ସୂଚନାଯୋଗ୍ୟ କି ୧୯୬୭ ମସିହାରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ତରଫରୁ ସ୍ୱର୍ଗତ ଚକ୍ରଧର ଶତପଥି ନିର୍ବାଚନ ଲଢି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ୍ ବିଜୁ ପଟ୍ଟନାୟକଙ୍କୁ ହରାଇ ନିର୍ବାଚିତ ହୋଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.