Sunday , March 26 2023
Breaking News
Home / ବିଶେଷ / ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ 

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ 

କନ୍ଧମାଳ,୧୩/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଏକ  ନାବାଳିକାକୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ଖଜୁରୀପଡ଼ା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।  ପ୍ରକାଶ ଯେ, ଖଜୁରୀପଡା ଥାନା  ଅଞ୍ଚଳର ଜଣେ ନାବାଳିକାର ବାପା ଗତ ୫ ତାରିଖ ଦିନ ତାଙ୍କର ଝିଅ ଘରୁ କେଉଁଆଡେ ଚାଲିଯାଇଥିବା ନେଇ ଅଭିଯୋଗ କରିଥିଲେ । ପରେ ପରେ ନାବାଳିକା ଜଣକ ନିଜ ଘରକୁ ଫୋନ କରି ମୁଁ ଯେଉଁଠାରେ ଅଛି ଭଲରେ ଅଛି, ମୋତେ ଖୋଜିବ ନାହିଁ ବୋଲି କହିଥିବା ପୀଡିତାଙ୍କ ବାପା ଏତାଲାରେ ଦର୍ଶାଇଥିଲେ । ଝିଅ ସାଙ୍ଗରେ ତାର ପୋଷକ, ସୁନା ସହିତ ନଗଦ ୫ ହଜାର ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା  । ଏ ନେଇ ଖଜୁରୀପଡା ପୋଲିସ କେଶ ନଂ.୬୬/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖି  ନାବାଳିକା ଜଣକୁ ପୁଲିସ ଉଦ୍ଧାର କରିବା ସହ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅପହରଣ କରି ନାବାଳିକାକୁ ବଳାତ୍କାର କରିଥିବା ବିଷୟ  ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିଲା  । ଓଡ଼ିଶା ସମାଚାର

Leave a Reply

Your email address will not be published.