Wednesday , December 8 2021
Home / ତାଜା ଖବର / ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୨୫୪୬ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା ବେଳେ ୧୯୨୩ଜଣ ସ୍ଥାନୀୟ ଅଂଚଳରୁ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୨୬ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧୮ଜଣ, ବରଗଡ଼ ଜିଲ୍ଲାରୁ ୮୫ଜଣ, ଭଦ୍ରକ ଜିଲ୍ଲାରୁ ୧୬୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୬ଜଣ, ବୌଦ୍ଧ ଜିଲ୍ଲାରୁ ୯୦ଜଣ, କଟକ ଜିଲ୍ଲାରୁ ୪୧୩ଜଣ, ଦେଓଗଡ଼ ଜିଲ୍ଲାରୁ ୨୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୫୨ଜଣ, ଗଜପତି ଜିଲ୍ଲାରୁ ୨୬ଜଣ, ଗଞ୍ଜାମ ଜିଲ୍ଲାରୁ ୪୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୦ଜଣ, ଯାଜପୁର ଜିଲ୍ଲାରୁ ୩୭୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୭ଜଣ, କଳାହାଣ୍ଡି ଜିଲ୍ଲାରୁ ୯୨ଜଣ, କନ୍ଧମାଳ ଜିଲ୍ଲାରୁ ୨୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୯ଜଣ, କେନ୍ଦୁଝର ଜିଲ୍ଲାରୁ ୯୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧୨ଜଣ, କୋରାପୁଟ ଜିଲ୍ଲାରୁ ୮୭ଜଣ, ମାଲକାନଗିରି ଜିଲ୍ଲାରୁ ୭୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୧୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୮ଜଣ, ନୟାଗଡ଼ ଜିଲ୍ଲାରୁ ୧୨୮ଜଣ, ନୂଆପଡ଼ା ଜିଲ୍ଲାରୁ ୧୪ଜଣ, ପୁରୀ ଜିଲ୍ଲାରୁ ୨୪୩ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୭ଜଣ, ସମ୍ବଲପୁର ଜିଲ୍ଲାରୁ ୬୧ଜଣ, ସୋନପୁର ଜିଲ୍ଲାରୁ ୬୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୩ଜଣ, ଷ୍ଟେଟ୍ ପୁଲ୍ ରୁ ୧୦୬ଜଣ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୧୭୮୨ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ ଜଣ, କଟକରୁ ୪ ଜଣ ରହିଥିବା ବେଳେ ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ଵର, ବରଗଡ, ଯାଜପୁର, କେନ୍ଦ୍ରାପଡା, କେଉଁଝର ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରହିଥିବା ବେଳେ ଗଜପତି, ଝାରସୁଗୁଡା, କଳାହାଣ୍ଡି, ନୟାଗଡ଼ ଓ ନୂଆପଡାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୧୭୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮୯୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ କରୋନା ଯୋଗୁଁ ୩୩୦୨ଙ୍କ ଜୀବନ ଯାଇଥିବା ବେଳେ ୫୩ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୫୯୩୬୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୨୬୫୨୩୯୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଭାରିଗୋଳରେ ଅଗ୍ନୀକାଣ୍ଡ, ମହିଳା ଗୁରୁତର ଗାଈ ବାଛୁରୀ ଅର୍ଦ୍ଧ ଦଗ୍ଧ

ଗରଦପୁର,୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ବେତ୍ରା ପଂଚାୟତସ୍ଥିତ ଭାରିଗୋଳ ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କର ୨ ବଖରା ଚାଳ ଛପର ଗୁହାଳ …

Leave a Reply

Your email address will not be published. Required fields are marked *