Wednesday , December 8 2021
Home / ବିଶେଷ / କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ରଥଯାତ୍ରା ପାଇଁ ବାବା ବଳିଆଙ୍କ ସରକାରଙ୍କୁ ନିବେଦନ 

କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ରଥଯାତ୍ରା ପାଇଁ ବାବା ବଳିଆଙ୍କ ସରକାରଙ୍କୁ ନିବେଦନ 

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ବିଶିଷ୍ଟ ସମାଜ ସଂସ୍କାରକ ସନ୍ଥ ପୂଜ୍ୟ ପୂଜକ ବାବା ବଳିଆ କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କ ରଥଯାତ୍ରା ଉତ୍ସବ ସମ୍ବନ୍ଧରେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି । ପୂଣ୍ୟଭୂମି ଓଡ଼ିଶା ରେ ଶ୍ରୀ କ୍ଷେତ୍ର ଓ ତୁଳସୀ କ୍ଷେତ୍ର ହେଉଛି ୨ ଟି କ୍ଷେତ୍ର । ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିର ହେଉଛି ପୀଠ । ଶ୍ରୀ ଜଗନ୍ନାଥଙ୍କ ଶ୍ରୀ କ୍ଷେତ୍ର ଏବଂ ଶ୍ରୀ ବଳଦେବ ଙ୍କ ତୁଳସୀ କ୍ଷେତ୍ର ଲିଳା, ନୀତିକାନ୍ତି ଓ ପରମ୍ପରା ସମାନ । ଏଣୁ କୋଭିଡ଼ ମାର୍ଗ ଦର୍ଶିକା ଆଧାରରେ ଶ୍ରୀ କ୍ଷେତ୍ରର ରଥଯାତ୍ରା ନୀତି ବିନା ଭକ୍ତରେ ଗତ ବର୍ଷ ସମ୍ପାଦିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଅନୁରୂପ ଢ଼ଙ୍ଗରେ ରଥଯାତ୍ରା କାର୍ଯ୍ୟ ସମ୍ପାଦିତ କରାଯିବ ବୋଲି ଓଡ଼ିଶା ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏହା ସ୍ୱାଗତ ଯୋଗ୍ୟ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିଯେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡ଼ାର ବଳଦେବ ମହାପ୍ରଭୁଙ୍କ ରଥଟଣାକୁ ସରକାରଙ୍କ ତରଫରୁ ଅଣଦେଖା କରାଯାଇଛି । କୋଭିଡ଼ ମାର୍ଗଦର୍ଶିକା ଅନୁଯାୟୀ ବିନା ଭକ୍ତରେ ରଥଯାତ୍ରା ନୀତିକାନ୍ତି ସମ୍ପାଦନ ହେବାରେ ଅସୁବିଧା କେଉଁଠି ରହିଲା ? ଏହାଦ୍ୱାରା ପ୍ରସିଦ୍ଧ କ୍ଷେତ୍ରର ଠାକୁରଙ୍କ ନୀତି କାନ୍ତିରେ ବ୍ୟାଘାତ ହେଉନାହିଁକି ? ସରକାର ଓ ପ୍ରଶାସନ ଏ ବିଷୟରେ ଆଉଥରେ ପୁନିର୍ବିଚାର କରନ୍ତୁ ବୋଲି ଜଗନ୍ନାଥ ସଂସ୍କୃତି ପ୍ରେମୀ ଭକତ ବୃନ୍ଦଙ୍କ ତରଫରୁ ବାବା ବଳିଆ ସରକାରଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *