ପାରାଦୀପ,୧୨/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପର ପ୍ରାକ୍ତନ ପ୍ରେସ ଫଟୋଗ୍ରାଫର ତଥା ପାରାଦୀପ ପୋର୍ଟ ବଣିକ ସଂଘ ପୂର୍ବତନ କାର୍ଯ୍ୟକାରୀ ସଭାପତି, ବର୍ତମାନର ଉପଦେଷ୍ଟା ଦିବାକର ବୈଶାଖଙ୍କ ୭୫ବର୍ଷ ବୟସରେ ହୃଦାଘାତରେ ପରଲୋକ ଘଟିଛି । ପ୍ରକାଶ ଯେ, ନିଜ ବାସଗୃହରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପୁତ୍ର ବରିଷ୍ଠ ସାମ୍ବାଦିକ ଏନ୍.ଏ୍ମ୍.ବୈଶାଖ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଖବର ଜଣାପଡିବା ପରେ ତାଙ୍କ ଶୁଭେଚ୍ଛୁ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅନ୍ତିମ ଦର୍ଶନରେ ରାଜ୍ୟ ବିଜୁ ଜନତା ଦଳର ସଂପାଦକ ତଥା ପାରାଦୀପ ପୋର୍ଟ ବଣିକ ସଂଘର ସଭାପତି ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ମର ଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୋକ ପ୍ରକଟ କରିଥିଲେ । ସ୍ୱର୍ଗତ ବୈଶାଖ ପାରାଦୀପର ସର୍ବପୁରାତନ ଜଗନ୍ନାଥ ଷ୍ଟୁଡିଓର ପ୍ରତିଷ୍ଠାତା ଥିଲେ । ତାଙ୍କ ବିୟୋଗରେ ପାରାଦୀପର ବରିଷ୍ଠ ସାମ୍ବାଦିକ ଗଗନ ସାହୁ, ଶୁକଦେବ ଜେନା, ବଟକୃଷ୍ଣ ଦାସ, ସନ୍ଦିପ ଲେଙ୍କା, ଶଶାଙ୍କ ଆଚାର୍ଯ୍ୟ, ଜଗବନ୍ଧୁ ସ୍ୱାଇଁ, ପ୍ରଶାନ୍ତ ରାଉତ, ସଂଜୟ ମିଶ୍ର, ଦୀପକ ଦାସ, ରାକେଶ ପଟ୍ଟନାୟକ, ଅବିଦ୍ ଖାନ୍, ରତ୍ନାକର ଜେନା, ରବିନ୍ଦ୍ର ଜେନା, ଜଗନ୍ନାଥ ଶତପଥି, ଆଦିତ୍ୟ ରାଉତ, ସଦାନନ୍ଦ ବେହେରା, ନାରାୟଣ ବେହେରା, ଜନ୍ମଞ୍ଜୟ ମହାନ୍ତି, ବିନୟ ରାୟ, ରଶ୍ମି ରଂଜନ ରାଉତରାୟ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …