Sunday , March 26 2023
Breaking News
Home / ବିଶେଷ / ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ଗ୍ରାମର ଧରଣୀଧର ବେହେରାଙ୍କ ପୁଅ ୭୪ବର୍ଷର ବୃଦ୍ଧ ମଧୁସୁଦନ ବେହେରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମର ୪୭୪ନମ୍ବର ପ୍ଲଟରେତାଙ୍କ ପରିବାର  ଦୀର୍ଘ ୭୪ବର୍ଷ ଧରି ବାସ କରିଆସୁଥିବା ବେଳେ ସେହି ଘର ସମ୍ମୁଖରେ ଥିବା ୪୮୨ନମ୍ବର ସରକାରୀ ପ୍ଲଟକୁ ରାସ୍ତା ଭାବରେ ବ୍ୟବହାର କରିଆସୁଛନ୍ତି । କିନ୍ତୁ କେତେକ ଖଳ ପ୍ରକୃତିର ସବର୍ଣ୍ଣ ସଂପ୍ରଦାୟର ଲୋକ ସେହି ସରକାରୀ ପ୍ଲଟ ଉପରେ ଏକ ଠାକୁରାଣୀ ମନ୍ଦିର ସ୍ଥାପନା କରିଛନ୍ତି ଏହା ବ୍ୟତିତ ସେହି ମନ୍ଦିରକୁ ଏକ ଅନୁଷ୍ଠାନର ଆଖ୍ୟା ଦେଇ ତା ଚାରିପାଖରେ ପାଚେରୀ ବୁଲାଇ ମଧୁସୁଦନଙ୍କ ବାସଗୃହକୁ ଥିବା ରାସ୍ତାକୁ ଅବରୋଧ କରିଦେଇଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମଧୁସୁଦନଙ୍କ ପରିବାର ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଥିବା ବେଳେ ନିକଟସ୍ଥ ସରକାରୀ ନଳକୂପରୁ ପିଇବା ପାଣି ଆଣିବାକୁ ତାଙ୍କ ପରିବାରକୁ ବାରଣ କରାଯାଉଥିବା ଅଭିଯୋଗ ହୋଇଛି । ତାଙ୍କ ଛୋଟ ପିଲାମାନେ ମନ୍ଦିର ନିକଟକୁ ଗଲେ ତାଙ୍କୁ ଅଛୁଆଁ କହି ମାରି ଗୋଡାଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଘଟଣାର ସରଜମିନ ତଦନ୍ତ କରାଯାଇ ତାଙ୍କ ବାସଗୃହକୁ ରାସ୍ତା ଦିଆଯିବାର ବ୍ୟବସ୍ଥା କରାଯିବାକୁ ମଧୁସୁଦନ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.