Saturday , March 25 2023
Breaking News
Home / ବିଶେଷ / କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରାସ୍ତା ଉପରେ ଗାଡି ରଖି ବହୁ ଲୋକଙ୍କୁ ବିନା ମାସ୍କ ପିନ୍ଧାରେ ଜମାକରି ରଖିଥିବା ଅଭିଯୋଗରେ ଜନୈକ ମଦ ବ୍ୟବସାୟୀଙ୍କ ନାମରେ ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସହରର ମଢିଆଳ ବଜାରରେ ରାସ୍ତା ଉପରେ ଏକ ମଦ ବୋଝାଇ ପିକଅପ ଭ୍ୟାନ ରଖିବା ସହ ବିନା ମାସ୍କ ପିନ୍ଧାରେ ବହୁ ଲୋକଙ୍କୁ ସେଠାରେ ଏକାଠି କରିଥିବାରୁ ମଦ ବେପାରୀ ସୁଦାମ ଚରଣ ସାହୁ ଏବଂ ପିକଅପ ଭ୍ୟାନ ଚାଳକ ମାଧବ ବେହେରାଙ୍କ ନାମରେ ଟାଉନ ଥାନା ପୋଲିସ ପକ୍ଷରୁ ୧୦୫/୨୦୨୧ରେ ଆଇପିସିର ୨୬୯, ୨୭୦ ଓ ୩୪ଦଫାରେ ଏବଂ ୫୧(ଖ) ବିପର୍ଯ୍ୟୟ ପରିଚାଳନା ନିୟମ ଏବଂ ୩ ସଂକ୍ରାମକ ରୋଗ ଆଇନରେ ଏକ ମାମଲା ରୁଜୁ ହୋଇଥିବା ଥାନାର ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.