କଟକ ସଦର ,୧୨/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) କଟକସଦର ବ୍ଲକର ଉରାଳି ଗ୍ରାମ ପଞ୍ଚାୟତରେ ସାଲିମାର କମ୍ପାନୀର ଗୋଦାମ ଘର ରହିଛି ।ଟିକସ ବାବଦକୁ କମ୍ପାନୀ କର୍ମଚାରୀ ୬୦ହଜାର ଟଙ୍କା ପଞ୍ଚାୟତ କାର୍ୟ୍ୟାଳୟରେ ଦେଇଥିଲେ । ପିଇଓ ଓ ସରପଞ୍ଚ ଉକ୍ତ ଟଙ୍କା ଗ୍ରହଣ କରିଥିଲେ ଓ ୬୦ହଜାର ଟଙ୍କାର ରସିଦ ଦେଇଥିଲେ କିନ୍ତୁ ଚଞ୍ଚକତା କରି ସରକାରୀ ତହବିଲକୁ ୬ହଜାର ପୈଠ କରାଯାଇ ଥିଲା ।ଏହି ବିଷୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ କଟକ ସଦର ନେତା ତଥା ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ ଓ ଭାରତୀୟ ଜନତାପାର୍ଟିର ଉପସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ ଜିଲ୍ଲାପାଳ,ଫାଇଭ ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଟୁଇଟ କରି ଜଣାଇଛନ୍ତି।ଏହି ବିଷୟରେ କଟକ ଉପଜିଲ୍ଲାପାଳ ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମାତ୍ର ତଦନ୍ତ ପରେ ଜଣାପଡିଲା ଯେ କମ୍ପାନୀ କର୍ମଚାରୀ ୬୦ହଜାର ଟଙ୍କା ଜମାକରିଛନ୍ତି , ମାତ୍ର ସରକାରୀ ତହବିଲ କୁ ୬ହଜାର ଟଙ୍କା ଯାଇଛି।ତଦନ୍ତ ପରେ ବାକି ୫୪ ହଜାର ଟଙ୍କା ଡିପୋଜିଟ କରାଯାଇଛି।ଏଠି ପ୍ରଶ୍ନ ଉଠୁଛି ଏହି ପରି ମହାଦୁର୍ନିତି ରେ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ କଟକ ସଦର ବ୍ଲକ ରେ ବିଭିନ୍ନ ବାବଦକୁ ଟିକସ ଦିଆଯିବା ରସିଦ କୁ ତଦନ୍ତ ପରିସର ଭୁକ୍ତ କରାଗଲେ ପ୍ରକୃତ ସତ୍ୟା ସତ୍ୟ ଲୋକ ଲୋଚନ କୁ ଆସିପାରିବ ବୋଲି କଟକ ସଦର ନେତା ଦିଲ୍ଲୀପ ମଲ୍ଲିକ ଓ କଟକ ଜିଲ୍ଲା ବିଜେପି ଉପସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ ଦାବିକରିଛନ୍ତି। ଓଡ଼ିଶା ସମାଚାର