Sunday , March 26 2023
Breaking News
Home / ତାଜା ଖବର / ୫୨୩୫ କରୋନା ସଂକ୍ରମିତ ଚିହ୍ନଟ – ୪୩ ମୃତ

୫୨୩୫ କରୋନା ସଂକ୍ରମିତ ଚିହ୍ନଟ – ୪୩ ମୃତ

ଭୁବନେଶ୍ୱର,୧୧/୦୬/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୫୨୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୫୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୨୭୮ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୭୭ଜଣ, ବାଲେଶ୍ୱର ଜିଲ୍ଲାରୁ ୩୨୦ଜଣ, ବରଗଡ଼ ଜିଲ୍ଲାରୁ ୧୧୮ଜଣ, ଭଦ୍ରକ ଜିଲ୍ଲାରୁ ୨୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୧ଜଣ, ବୌଦ୍ଧ ଜିଲ୍ଲାରୁ ୮୩ଜଣ, କଟକ ଜିଲ୍ଲାରୁ ୫୫୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩୭ଜଣ, ଗଜପତି ଜିଲ୍ଲାରୁ ୨୩ଜଣ, ଗଞ୍ଜାମ ଜିଲ୍ଲାରୁ ୭୭ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୮ଜଣ, ଯାଜପୁର ଜିଲ୍ଲାରୁ ୩୯୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୭ଜଣ, କଳାହାଣ୍ଡି ଜିଲ୍ଲାରୁ ୪୮ଜଣ, କନ୍ଧମାଳ ଜିଲ୍ଲାରୁ ୩୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୩୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୨୬ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୫୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୮୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮୬ଜଣ, ନୟାଗଡ଼ ଜିଲ୍ଲାରୁ ୧୩୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୩ଜଣ, ପୁରୀ ଜିଲ୍ଲାରୁ ୨୩୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୯ଜଣ, ସମ୍ବଲପୁର ଜିଲ୍ଲାରୁ ୬୬ଜଣ, ସୋନପୁର ଜିଲ୍ଲାରୁ ୩୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୫୧ଜଣ , ଷ୍ଟେଟ୍ ପୁଲ୍ ରୁ ୧୨୪ଜଣ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୨୪୬୧ କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ, ଅନୁଗୁଳ, ବରଗଡ, କଟକ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ବୌଦ୍ଧ ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ବାଲେଶ୍ଵର, ଗଞ୍ଜାମ, ଝାରସୁଗୁଡା, କେନ୍ଦ୍ରାପଡା, ପୁରୀ ଓ ରାୟଗଡାରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼, ଓ ସମ୍ଵଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୪୨୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୭୨୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂଙ୍କ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୬୬୨୨୬ ଜଣ ସକ୍ରିୟ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ମୋଟ୍ ୧୨୫୨୩୨୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.