Monday , March 27 2023
Breaking News
Home / ବିଶେଷ / ରାଜଧାନୀରେ ବେଆଇନ୍ ମଦ କାରବାର ବଢ଼ୁଛି

ରାଜଧାନୀରେ ବେଆଇନ୍ ମଦ କାରବାର ବଢ଼ୁଛି

ଭୁବନେଶ୍ୱର,୧୧/୦୬/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରରେ ଥିବା ମଦ ଦୋକାନ ସରକାରଙ୍କ କୌଣସି ଆଇନକୁ ମାନୁଥିବା ପରିଲକ୍ଷିତ ହେଉନାହିଁ । ଯେଉଁ ଭଳିଭାବେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ରେ ମଦଦୋକାନ ଖୋଲା ରହୁଛି , ତାହା ଅସାଧୁ ବ୍ୟବସାୟୀଙ୍କ ଅକ୍ତିଆରରେ ରହିଥିବା ଜଣାପଡ଼ୁଛି । ସମସ୍ତ ସରକାରୀ ନିୟମକୁ ଉଲଂଘନ କରି ତଥା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଧେଶ ଅମାନ୍ୟ କରି ସ୍କୁଲ, ଓ ଧର୍ମାନୁଷ୍ଠାନ ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ନିକଟରେ ମଦ ଦୋକାନ ଖୋଲା ଯାଇଛି । ଭୁବନେଶ୍ୱରର ମୁଖ୍ୟ ରାସ୍ତା ଗ୍ୟାରେଜ୍ ଛକ ନିକଟରେ ରହିଛି ଏକ ମଦ ଦୋକାନ । ଯାହାର ନିକଟରେ ରହିଛି ଦୁଇଟି ସ୍କୁଲ ଓ ନିକଟରେ ରହିଛି ଏକ ମନ୍ଦିର । ଏପରିକି କିଛି ଦୂରରେ ରହିଛି ବିଶ୍ୱ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଅଷ୍ଟ ଚଣ୍ଡି କାଳୀ ମନ୍ଦିର । ଏହି ସମ୍ବେଦନଶୀଳ ରାସ୍ତାରେ ମଦ ଦୋକନ ରହିବାରୁ ରାସ୍ତାରେ ହୁଏ ଭିଡ଼ । ଏବେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ରେ ମଦଦୋକାନ ଖୋଲା ରହୁଛି । କୋଭିଡ଼୍ କଟକଣା ନମାନି ବେପାର ଚାଲିଛି । ଏଠାରୁ ମଦ ଦୋକାନ ହଟାଇବାକୁ ୫୦୦ଲୋକ ସ୍ୱାକ୍ଷର ପ୍ରଦାନ କରିଥିଲେ ମଧ୍ୟ ଏହିଭଳି ସ୍ଥିତିରେ ଅବକାରୀ ବିଭାଗ ଜାଣି ଶୁଣି ଚୁପ୍ ରହିବା ମଦ ମାଫିଆଙ୍କ ଦୌରାତ୍ମ୍ୟକୁ ପ୍ରଶ୍ରୟ ଦେଉଛି । ଏହି ଦୋକାନ ଯଦି ଏଠାରୁ ନଉଠେ ସେଥିପାଇଁ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଭୁବନେଶ୍ୱର ସୁରକ୍ଷା କମିଟିର ସମ୍ପାଦକ ରଞ୍ଜନ ମହାନ୍ତି ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.