ଗରଦପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)-ତେଣ୍ଡାକୁଡ଼ା ଠାରେ ଥିବା ଅଂଚଳର ସର୍ବ ପୁରାତନ ଫଜଲହକ୍ ସରକାରୀ ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଧୃବ ଚରଣ ଲେଙ୍କା ଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ସେ ଗତ କିଛି ଦିନ ଧରି କରୋନା ରେ ଆକ୍ରାନ୍ତ ହୋଇ ଜଗତପୁରସ୍ଥିତ ଏକ ଘରୋଇ ହସପିଟାଲ ରେ ଚିକିତ୍ସାଧିନ ଥିଲେ । ଆଜି ତାଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ତେଣ୍ଡାକୁଡ଼ା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଫଜଲହକ୍ ହାଇସ୍କୁଲ ର ପୁରାତନ ବିଦ୍ୟାର୍ଥୀ ସଂଗଠନ ର ସଭାପତି ଅବସରପ୍ରାପ୍ତ ଡ଼ିଆଇ ମନମୋହନ କାନୁନଗୋ, ଉପସଭାପତି ଗୌରଚନ୍ଦ୍ର ଦାସ, ସମ୍ପାଦକ ପ୍ରଫେସର ଡ଼ ସରୋଜ କୁମାର ମହାନ୍ତି, କୋଷାଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ,ସଂଗଠନ ସମ୍ପାଦକ ଡ଼ ଲିଙ୍ଗରାଜ ରଣା, ମୋ ସ୍କୁଲ ଅଭିଯାନ ର ଅଧ୍ୟକ୍ଷ ଡ଼ ଅମରେନ୍ଦ୍ରନାଥ ମହାନ୍ତି, ଡ଼ ହଲିମ ଖାନ୍, ନୃସିଂହପ୍ରସାଦ ଦାସ, ଲକ୍ଷ୍ମୀକାନ୍ତ ଦାଶ, ରବିନ୍ଦ୍ରନାଥ ମହାନ୍ତି, ରବିନ୍ଦ୍ର ମହାପାତ୍ର, ମିର ଗୋଲାମ ଜିଲାନୀ, ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା,ସୟଦ ଫଜଲ କରିମ୍ ପ୍ରମୁଖ ଶ୍ରୀ ଲେଙ୍କା ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର