Saturday , March 25 2023
Breaking News
Home / ରାଜନୀତି /  ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ 

 ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ 

ଗରଦପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ଆକାଶ ଛୁଆଁ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ସ୍ୱରୂପ ଧାରଣା ଓ ବିକ୍ଷୋଭ କରାଯିବାର ଆହ୍ୱାନ ଦିଆଯାଇଛି । ସେଥିପାଇଁ ଆଜି ପାଟକୁରା କଂଗ୍ରେସ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏଠାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ଗରଦପୁର ଓ ମାହାଳ ଠାରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବା ସହ ଅନ୍ୟ ପମ୍ପ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ୍ କଂଗ୍ରେସ କମିଟି ସଭାପତି ଜ୍ୟୋତିରଂଜନ ପରିଡ଼ାଙ୍କ ସଂଯୋଜନାରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗଦେଇ ଏହି ଧାରଣାରେ ସାମିଲ ହୋଇଥିଲେ ।  ଏହି ଧାରଣା ରେ କଂଗ୍ରେସ କର୍ମୀ ନୀରଂଜନ ରାଉତ, ଅଜିତ ମହାନ୍ତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ମିତା ବେହେରା, ଯୁବ କଂଗ୍ରେସ ହେନତା ସଂଗ୍ରାମ ପୃଷ୍ଟି, ରମାକାନ୍ତ ସ୍ୱାଇଁ, ଅଶୋକ ଲେଙ୍କା, ଫକୀର ଲେଙ୍କା, ପ୍ରଦୀପ କୁମାର ଲେଙ୍କା, ଶଙ୍କର୍ଷଣ ମଲିକ, ଗୟାଧର ପ୍ରଧାନ, ରଂଜନ ପରିଜା, ଅରବିନ୍ଦ ନାୟକ, ଗୋପାଳ ସାହୁ, ମହମ୍ମଦ ଖାଲିଦା, ଅମରେନ୍ଦ୍ର ସାହୁ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.