Wednesday , October 4 2023
Breaking News
Home / ରାଜନୀତି / ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ପ୍ରତିଦିନ ଦରବୃଦ୍ଧି ଯୋଗୁ ଅନ୍ୟସମସ୍ତ ଅତ୍ୟାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ଓ ଖାଦ୍ୟସମାଗ୍ରୀ ଆକାଶ ଛୁଆଁ ଦରବୃଦ୍ଧି ଯୋଗୁଁ ଲୋକମାନଙ୍କର ପ୍ରତିଦିନ ଚୁଲି ଜଳିବା କଷ୍ଟ ହୋଇ ପଡୁଛି  । ଏପରିକି ସେମାନେ ଢ଼ୋକେ ଖାଇ ଦଣ୍ଡେ ଜିଉଁଛନ୍ତି  । ଏହାଛଡା ଆର୍ଥିକ ମାନ୍ଦାବସ୍ଥା ଓ ବେରୋଜଗାରରେ ଲୋକମାନେ ତ୍ରାହି ତ୍ରାହି ଡାକିଲେଣି  । ଏଥିପାଇଁ ଅଖିଳ ଭାରତ କଂଗ୍ରେସ୍ କମିଟି ଆହ୍ୱାନରେ ରଘୁନାଥପୁର ବ୍ଲକ୍ କଂଗ୍ରେସ୍ କମିଟି ପକ୍ଷରୁ ଆଜି ରଘୁନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ବ୍ଲକ୍ କଂଗ୍ରେସ୍ କମିଟି ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ସାେଙ୍କତିକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା  । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କଂଗ୍ରେସ୍ ଯୁବନେତା ଆର୍ତତ୍ରାଣ ପଣ୍ଡା, ପ୍ରଦୀପ ନାୟକ, ପ୍ରଶାନ୍ତ ବେହେରା, ମାନସ ଗୋଚ୍ଛାୟତ, ବସନ୍ତ କୁମାର ଦାଶ, ଅଭୟ ସ୍ୱାଇଁ, ପ୍ରଭାତ ରାଉତ, ଆମାୟୀକ ଖୁଂଟିଆ, ବୁଦ୍ଧଦେବ ସାମଲ, ପ୍ରଦୀପ ମଲ୍ଲିକ୍, ସଞ୍ଜୟ ସାହୁ, ପ୍ରତାପ ଦାସ, ବିନ୍ଦୁସାଗର ମହାପାତ୍ର, ଜୀବନାନନ୍ଦ ବେହେରା, ସାଗର ମହାପାତ୍ର, ବିଜୟ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ  ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *