Tuesday , May 30 2023
Breaking News
Home / ବିଶେଷ / ପୂର୍ବତନ ଓଡ଼ିଶାର ସୂଚନା କମିଶନର ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଙ୍କ ପରଲୋକ

ପୂର୍ବତନ ଓଡ଼ିଶାର ସୂଚନା କମିଶନର ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଙ୍କ ପରଲୋକ

ଭୁବନେଶ୍ୱର,୧୧/୦୬/୨୦୨୧(ଓଡ଼ିଶା ସମାଚାର)- ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ପ୍ରଫେସର ରାଧାମୋହନ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୭୮ ବର୍ଷ ବୟସରଙ୍କ ପରଲୋକ ଗମନ କରିଛନ୍ତି । ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ନୟାଗଡ଼ର ରଙ୍ଗଣିପାଟଣାରେ ଜନ୍ମଲାଭ କରିଥିଲେ । ସେ ଜୈବ କୃଷି ବିଶେଷଜ୍ଞ ଓ ଅର୍ଥନୀତି ପ୍ରଫେସର ଭାବେ ବେଶ୍ ଜଣାଶୁଣା ଥିଲେ । ସମାଜସେବା ପାଇଁ ରାଜ୍ୟ ସରକାର ତାଙ୍କୁ ‘ଉତ୍କଳ ସେବା ସମ୍ମାନ’ରେ ସମ୍ମାନିତ କରିଥିଲେ । ଏହାଛଡ଼ା ପରିବେଶ ସୁରକ୍ଷା ପାଇଁ ୟୁଏନଏପିର ‘ଗ୍ଲୋବାଲ ରୋଲ୍ ଫ୍ର ଅନର’ ପୁରସ୍କାର ପାଇଥିଲେ । ସେ ଶିକ୍ଷା, ଯୋଜନା ଓ ଜଳଛାୟା ମିଶନର ପରାମର୍ଶଦାତା କମିଟିର ସଦସ୍ୟ ଓ ଓଡ଼ିଶାର ସୂଚନା କମିଶନର ଦାୟିତ୍ୱ ତୁଲାଇଥିଲେ ।କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ମିଳିତ ଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ତାଙ୍କର ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କ ସମେତ ରାଜନେତା , ଶିକ୍ଷାବିତ୍. ପ୍ରଶାସକ, ବୁଦ୍ଧିଜୀବୀମାନେ ଶୋକବ୍ୟକ୍ତ କରିଛନ୍ତି। ଓଡ଼ିଶା ସମାଜାର

Leave a Reply

Your email address will not be published.