ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କଟକ-ପାରାଦ୍ୱୀପର ରାସ୍ତାର ରଘୁନାଥପୁର ଥାନା ଅନ୍ତର୍ଗତ ତାରପୁର ବଜାର ନିକଟରେ ଢେଙ୍କାନାଳ ଜିଲ୍ଲା ଗଦାଶିରା ଗ୍ରାମର ସୁଧିର କୁମାର ସାହୁ (୪୨) ପ୍ରାତଃ ୪ଘଟିକା ସମୟରେ ରାସ୍ତା କଡରେ ଯାଉଥିବା ସମୟରେ ଏକ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁଧିରଙ୍କର ମୃତୁ୍ୟ ଘଟିଥିଲା । ସୁଧିର ଏକ ଟ୍ରକ୍ରେ ହେଲପର ଭାବେ କାର୍ଯ୍ୟ କରୁଥିଲେ । ଖବରପାଇ ରଘୁନାଥପୁର ଥାନା ଏସ୍.ଆଇ. ଚିନ୍ମୟ କୁମାର ପାଣି ଘଟଣାସ୍ଥଳରେ ପହଂଚି ଉକ୍ତ ଶବଟିକୁ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜଗତ୍ସିଂହପୁର ପଠାଇଛନ୍ତି ଏବଂ ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନକୁ ଜବତ କରିଛନ୍ତି । ଓଡ଼ିଶା ସମାଚାର
Check Also
ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା
ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ …