Tuesday , December 7 2021
Breaking News
Home / ବିଶେଷ / କୋଭିଡ଼ ନୀୟକ ଉଲଂଘନ ଯୋଗୁ  ୧୩ଟି ଦୋକାନରୁ ୯୩ହଜାର ଟଙ୍କା ଜୋରିମାନା ଆଦାୟ 

କୋଭିଡ଼ ନୀୟକ ଉଲଂଘନ ଯୋଗୁ  ୧୩ଟି ଦୋକାନରୁ ୯୩ହଜାର ଟଙ୍କା ଜୋରିମାନା ଆଦାୟ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟସରକାର ତାଲାବନ୍ଦ କରି ବିଶେଷ ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି  । ସରକାରଙ୍କ ଏହି ନିର୍ଦ୍ଧେଶକୁ ଅମାନିଆ ଯୁବଗୋଷ୍ଠୀ ବେଖାତିର କରି ଖୁଲମ୍ଖୁଲା ବିନା ମାସ୍କରେ ଏବଂ ସାମାଜିକ ଦୂରତ୍ୱ ରକ୍ଷା ନକରି ପ୍ରବଳ ଜନସମାବେଶ କରୁଛନ୍ତି  । ଅନ୍ୟପକ୍ଷରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୭ଘ.ରୁ ୧୧ଘ.ପର୍ଯ୍ୟନ୍ତ ଖୋଲି ସାମାଜିକ ଦୂରତ୍ୱ ରକ୍ଷାକରି ମାସ୍କବ୍ୟବହାର କରିଥିବା ଲୋକଙ୍କୁ ଜିନିଷ ବିକ୍ରୟ କରିବା ପାଇଁ ନିୟମ ଦିଆଯାଇଛି, ମାତ୍ର ସବୁନିୟମକୁ ଫୁ କରି ରଘୁନାଥପୁର ତହସିଲ ଅଂଚଳରେ ପ୍ରାୟ ଅଧିକାଂଶ ବ୍ୟବସାୟ ଅନୁଷ୍ଠାନ ଖୋଲି ପ୍ରବଳ ଭିଡ ଜମାଇ ସାମାଜିକ ଦୂରତ୍ୱ ରକ୍ଷା ନକରି ବ୍ୟବସାୟ କରୁଥିବାରୁ ରଘୁନାଥପୁର ତହସିଲଦାର ରୂପାଲିକା ଦାଶ ୧୩ଗୋଟି ବ୍ୟବସାୟ ଅନୁଷ୍ଠାନ ଉପରେ ଚଢ଼ାଉ କରି ୯୩ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି  । ଏହି ଚଢ଼ାଉ କାର୍ଯ୍ୟରେ ଥାନା ଆଇ.ଆଇ.ସି. ଦେବେନ୍ଦ୍ର ମହାପାତ୍ର, ଏସ୍.ଆଇ. ଚିନ୍ମୟ କୁମାର ପାଣି, ତହସିଲର ମୁଖ୍ୟ କିରାଣୀ ଗୋବର୍ଦ୍ଧନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ  ।  ଓଡ଼ିଶା ସମାଚାର

About admin

Check Also

ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଭୁବନେଶ୍ୱର,୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଶତାୟୁ ପୁରୁଷ,ସୁକିନ୍ଦା ଅଂଚଳର ଶିକ୍ଷାର ଆଲୋକ ବର୍ତିକା,ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ପରଲୋକ ଗମନ କରିଛନ୍ତି …

Leave a Reply

Your email address will not be published. Required fields are marked *