ଭୁବନେଶ୍ୱର,୧୧/୦୬/୨୦୨୧(ଓଡ଼ିଶା ସମାଚାର)- ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଞ୍ଜଗୁଣ୍ଡା ଗ୍ରାମ ନିକଟରେ ଥିବା ଝାଞ୍ଜ ସଂରକ୍ଷିତ ଜଙ୍ଗଲ ରେ ଓଡିଶା ପୋଲିସ , ଡ଼ିଭିଏଫ୍ ଓ ଏସଓଜି ଯବାନ ମାନଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିବା ସମୟରେ ମାଓବାଦୀ ଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏହାର ପାଲଟା ଜବାବ ରେ ପୋଲିସ ଗୁଳିରେ ଜଣେ ସିନିଅର କ୍ୟାଡର ମାଓବାଦୀ ନିହତ ହୋଇଥିବା ସମ୍ପର୍କରେ ପୋଲିସ ଡିଜି ଅଭୟ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।ମୃତ ମାଓବାଦୀ ପାଖରୁ ଗୋଟିଏ ଏକେ୪୭ ରାଇଫଲ ଓ ତିନୋଟି ମ୍ୟାଗଜିନ ଜବତ ହୋଇଥିବା ଡିଜି ସୂଚନା ଦେଇଛନ୍ତି। ସାଧାରଣତଃ ସିନିଅର କ୍ୟାଡ଼ର ମାଓବାଦୀଙ୍କ ନିକଟରେ ଏକେ ୪୭ ଭଳି ଅସ୍ତ୍ର ଶସ୍ତ୍ର ଥାଏ ତେଣୁ ମୃତ ମାଓବାଦୀ ଜଣେ ସିନିଅର କ୍ୟାଡ଼ର ମାଓବାଦୀ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ପରିଚୟ ମିଳିପାରିନାହିଁ । ଏହି ପରିପ୍ରେକ୍ଷୀରେ ସମାଜର ମୁଖ୍ୟ ସ୍ରୋତରେ ମିଶି ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ନେଇ ସୁସ୍ଥ ଜୀବନ ଅତିବାହିତ କରିବାକୁ ମାଓବାଦୀ ମାନକୁ ପୋଲିସ ଡିଜି ଆହ୍ୱାନ ଦେଇଛନ୍ତି। ଓଡ଼ିଶା ସମାଚାର