Monday , December 6 2021
Breaking News
Home / ବିଶେଷ / ୧୧୦ଧାରାରେ ଜାମିନ ପାଇଲେ ଜୀବାବୁ

୧୧୦ଧାରାରେ ଜାମିନ ପାଇଲେ ଜୀବାବୁ

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ସି.ଆର.ପି.ସି.ର ୧୧୦ ଧାରାରେ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଅଭ୍ୟାସଗତ ଅପରାଧୀ ଜୀ’ବାବୁ ଓରଫ ଅସ୍ପାକ ଅଲ୍ଲୀ(୩୮)ଙ୍କୁ ନୋଟିସ ଦିଆଯାଇଥିଲା । ଟାଉନ ଥାନା ଅନ୍ତର୍ଗତ ଦିଲାରପୁର ଗ୍ରାମର ସୟଦ ଉମର ଅଲ୍ଲୀଙ୍କ ପୁଅ ଜୀ’ବାବୁଙ୍କ ନାମରେ ୧୦ରୁ ଉଦ୍ଧ୍ୱର୍ ସଂଗୀନ ମାମଲା ବିଭିନ୍ନ କୋର୍ଟରେ ରହିଛି । ତେଣୁ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମିତ ଚୁକ୍ତିନାମା କରିବାକୁ ତାଙ୍କୁ ଟାଉନ ଥାନା ପକ୍ଷରୁ ନୋଟିସ ଦିଆଯାଇଥିଲା । ସେହି ମାମଲାରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ସବଡିଭିଜନାଲ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟରୁ ଚୁକ୍ତିନାମା(ବଣ୍ଡ) କରି ଜାମିନଦାର ଦେଇ ଜାମିନ ପାଇଛନ୍ତି ଜୀ’ବାବୁ ଓରଫ ଅସ୍ପାକ ଅଲ୍ଲୀ । ଓଡ଼ିଶା ସମାଚାର

 

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *