କଟକ, ୧୦/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ବୁଧବାର ସନ୍ଧ୍ୟା ରେ ମଙ୍ଗଳାବାଗ ସ୍ଥିତ ହାଓଡ଼ା ମୋଟର୍ସ ପେଟ୍ରୋଲ ପମ୍ପ ରେ ଡ଼କାୟତି କରିବା ଯୋଜନାରେ କଟକ ମହାନଦୀ ର ହାଡ଼ିଆ ପଠାରେ କିଛି ଅପରାଧୀ ବିଭିନ୍ନ ଅସ୍ତ୍ର ଶସ୍ତ୍ର ସହିତ ଏକତ୍ରିତ ହୋଇଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର , ଏସଆଇ ମନ୍ଦାକିନୀ ଗୁରୁ ଓ ତାଙ୍କ ଟିମ୍ ଏବଂ ସ୍ପେଷାଲ ସ୍କ୍ୱାର୍ଡ଼ ହାଡ଼ିଆ ପଠାରେ ଅତର୍ଳିତଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୧)ଯାଜପୁର ମଙ୍ଗଳପୁର ଥାନା ଅଧିନ କଇଁଆଗୋଲା ର ବିଶ୍ୱଜିତ ଦାସ (୩୨) ଆଲିଆସ ବିଟୁ, ୨) କଟକ ସଦର ଥାନା ୪୨ମୌଜା ଦଧିବାମନପୁର ର ସଂଜୟ ସାମଲ ( ୩୦) , ୩)ଭଦ୍ରକ ଜିଲା ଧୁସୁରୀ ଥାନା ଅଧିନସ୍ଥ ଦୋହାରାପାଟଣା ର ବୁଟୁ ନାୟକ (୩୫), ୪) କଟକ ଜିଲା ଜଗତପୁର ଥାନା ଅଧିନସ୍ଥ ମଙ୍ଗଳାସାହିର ପ୍ରଶାନ୍ତ ବାରିକ ( ୪୧ ) ଆଲିଆସ ଟିକିନା , ୫) ଜଗତସିଂହପୁର ଜିଲା ରଘୁନାଥପୁର ଥାନା ଅଧିନସ୍ଥ ରେଢ଼ୁଆ ଜଗନ୍ନାଥପୁର ର ରାଜେଶ ଖଟୁଆ ( ୩୫ ) ଆଲିଆସ ରାଜା ଓ ୬) କଟକ ଜିଲା ନିଆଳି ଥାନା କସର୍ଦା ପଡ଼ତିରା ର ଶୁଭଦର୍ଶନ ଦାଶ ( ୨୪ ) ଆଲିଆସ କଇନ ଏହିପରି ୬ ଜଣ ଅପରାଧୀଙ୍କୁ ପୋଲିସ୍ କାବୁ କରିବା ସହ ସେମାନଙ୍କ ନିକଟରୁ ୫ ଟି ବନ୍ଧୁକ, ୩୦ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି, ଗୋଟିଏ ୟାମାହା ମୋଟରସାଇକେଲ ଓ ୬ ଟି ମୋବାଇଲ ଜବତ କରିଥିଲେ ।
ବିଶ୍ୱଜିତ ନାମରେ ପାରାଦୀପ, ପାରାଦୀପ୍ ଲକ୍ ଥାନା , ବିଂଝାରପୁର ଓ ଆଳି ଥାନାରେ ମୋଟ୍ ୧୩ ଟି ଅପରାଧୀକ ମାମଲା ରହିଛି । ସେହିପରି ରାଜେଶ ଖଟୁଆ ନାମରେ ପାରାଦୀପ, ଡ଼େରାବିସ,ରଘୁନାଥପୁର ଓ କନ୍ଦରପୁର ଥାନାରେ ୬ ଗୋଟି ଅପରାଧୀକ ମାମଲା ରହିଛି । ଶୁଭଦର୍ଶନ ଦାଶ ନାମରେ କନ୍ଦରପୁର, ନିଆଳି ଓ ଜଗତପୁର ଥାନାରେ ୪ ଟି ଅପରାଧୀକ ମାମଲା ରହିଛି । ସେହିପରି ପ୍ରଶାନ୍ତ ବାରିକ ନାମରେ ସଦର ଥାନା, ମଙ୍ଗଳାବାଗ ଥାନା,ଜଗତପୁର ଥାନା ରେ ୪ ଟି ଅପରାଧୀକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର