କଟକ, ୧୦/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)-ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ ତରଫ ରୁ ଆଜି କଟକ ଶାଖା ଆନୁକୁଲ୍ୟରେ ରେ ବାଲୁବଜାର ରେ ଯୁବ ମଞ୍ଚ କାର୍ୟ୍ୟାଳୟ ରେ ଫିଜିକାଲ୍ ଏବଂ ଜୁମ୍ ଆପ୍ ମାଧ୍ୟମ ରେ ଜନ ସେବା ନିମନ୍ତେ ୧୫ ଟା ଅକ୍ସିଜେନ୍ କନସେନଟ୍ରେଟର ର ଲୋକାର୍ପଣ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ଗୃହ ଏବଂ ଶକ୍ତି ରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ଏହି କାର୍ୟ୍ୟ ର ବହୁ ପ୍ରଶଂସା କରି ଥିଲେ ଏବଂ ଆଗାମୀ ଦିନ ରେ ସରକାର ତରଫ ରୁ ଜନ ସେବା କାର୍ୟ୍ୟ କଲାପ ପାଇଁ ସରକାରୀ ସହଯୋଗ ଯୋଗେଇ ଦେବା ପାଇଁ ପ୍ରତିଶୁତି ମଧ୍ୟ ଦେଇ ଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କଟକ ବାରବାଟି ବିଧାୟକ ଶ୍ରୀଯୁକ୍ତ ମହମ୍ମଦ ମୁକିମ ଭାଇ ଏବଂ ଯୁବ ମଞ୍ଚ ର ପୂର୍ବ ପ୍ରାନ୍ତୀୟ ଉପାଧ୍ୟକ୍ଷ ଏବଂ ଶାଖା ଅଧ୍ୟକ୍ଷ ଭାଈ ହେମନ୍ତ ଅଗ୍ରୱାଲ ମୁଖ୍ୟ ରୂପେ ଯୋଗ ଦେଇ ଥିଲେ । ବିଧାୟକ ମୁକିମ୍ ଭାଈ ଏହି କାର୍ୟ୍ୟ ପାଇଁ ସମସ୍ତ ଯୁବ କାର୍ୟ୍ୟକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ ଏବଂ ଆଗାମୀ ଦିନରେ କଟକ ସହର ରେ ଯୁବ ମଞ୍ଚ ସାଙ୍ଗରେ କାନ୍ଧ ରେ କାନ୍ଧ ମିଶାଇ ଜନ ସାଧାରଣଙ୍କ ପାଇଁ କାର୍ୟ୍ୟ କରିବେ ବୋଲି କହିଥିଲେ। ଏହି ଲୋକର୍ପଣ କାର୍ଯ୍ୟକ୍ରମରେ ଯୁବ ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କପିଲ ଭାଈ, ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଭାଈ, ପ୍ରାନ୍ତୀୟ ସଚୀବ ଭୱନ୍ତ୍ ଭାଈ, ମଣ୍ଡଳୀୟ ଉପାଧ୍ୟକ୍ଷ ବଜରଙ୍ଗ ଭାଈ, କଟକ ଶାଖାର ଅଧ୍ୟକ୍ଷ ଏବଂ ସଚୀବ ସଚିନ ଏବଂ କିଶୋର ଭାଈ ସହିତ କୁମ୍ ରେ ୨୦୦ ରୁ ଉର୍ଦ୍ଧ ଯୁବ ସାଥୀ ଜଡ଼ିତ ଥିଲେ ଆଉ ଏହି କାର୍ୟ୍ୟ କୁ ସଫଳ କରିଥିଲେ। କଟକ ଶାଖାର ଜନସମ୍ପର୍କ ଅଧିକାରୀ ୟୁବା ଶ୍ୟାମ ଗୋୟନକା କହିଛନ୍ତି ଯେ ଏହି କନସେନଟ୍ରେଟର ଓଡ଼ିଶା ର ବିଭିନ୍ନ ଶାଖା ମାଧ୍ୟମ ରେ ୨୪ ଘଂଟିଆ ପୁର୍ଣ୍ଣ ନିଶୁଳ୍କ ଭାବେ କୋଭିଡ ରୋଗୀ ତଥା ଅନ୍ୟାନ୍ୟ ଦରକାରୀ ଲୋକଙ୍କୁ ଯୋଗେଇ ଦେବା ପାଇଁ ପ୍ରସ୍ତୁତ ହେଇଛି ବୋଲି କହିଛନ୍ତି। ଓଡ଼ିଶା ସମାଚାର