କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା-ଇନ୍ଦୁପୁର ରାସ୍ତାର ମଦରଟେରସା ଛକ ଠାରୁ ଜମରା -ଜୟକୃଷ୍ଣପୁର ରାସ୍ତାର ଦୂରତା ୭କିଲୋମିଟର । ସେହି ରାସ୍ତାର ଅର୍ଦ୍ଧେକ ଅଂଶ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ବେଳେ ବାକି ଅଂଶ ଚାରିଗାଁ ମାଳଠାକୁରାଣୀ ଠାରୁ ଜୟକୃଷ୍ଣପୁର ପର୍ଯ୍ୟନ୍ତ ବ୍ୟକ୍ତିଗତ ଜମି ଥିବାରୁ ୧୫ବର୍ଷ ଧରି ରାସ୍ତା ନିର୍ମାଣ ହୋଇପାରି ନଥିଲା । ସେହି ବ୍ୟକ୍ତିଗତ ଜମି ଥିବା ଚାଷୀମାନେ ରାସ୍ତା ନିର୍ମାଣ ନିମନ୍ତେ ଏ୦.୩୨ଡିସିମିଲ ଜମିକୁ ଚୁକ୍ତିନାମା କରି ପଂଚାୟତକୁ ହସ୍ତାନ୍ତର କରିଛନ୍ତି । ଚୁକ୍ତି ହେବା ପରେ ପଂଚାୟତ ପକ୍ଷରୁ ଏକ କିଲୋମିଟର ରାସ୍ତାର ମାଟି କାମ ଚାଲିଛି । ସେହି ରାସ୍ତା କାର୍ଯ୍ୟ ହେବା ଦ୍ୱାରା ୪ହଜାର ହେକ୍ଟର ଚାଷଜମି ଉନ୍ନତିକରଣ ହେବା ସହ ୮ଟି ପଂଚାୟତର ଜନସାଧାରଣ ଉପକୃତ ହୋଇପାରିବେ । ତେଣୁ ସେହି ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକ ସରକାରୀ ଅନୁଦାନ ମଞ୍ଜୁର କରାଯିବାକୁ ଅଂଚଳବାସୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ପୂର୍ବତନ ଢୋଲ ସରପଂଚ ବସନ୍ତ କୁମାର ଘୋଷାଲ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନିରୁଦ୍ଧ ପାତ୍ର,ଜିଲ୍ଲା ପରିଷଦ ସଭ୍ୟା ରେଶ୍ମି ଚକ୍ରବର୍ତୀ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଢୋଲ ସରପଂଚ ଭାରତୀ ମଲ୍ଲିକ,ରମେଶ ଚନ୍ଦ୍ର ରାଉତ,ବାନାମ୍ବର ଜେନା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର