Tuesday , December 6 2022
Home / ବିଶେଷ / ବନ୍ୟା ଆଶଙ୍କା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ

ବନ୍ୟା ଆଶଙ୍କା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ

ପୌରାଂଚଳକୁ ଦିଆଯାଇଥିବା ୧୯ଟି ନିର୍ଦ୍ଧେଶାବଳୀ ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ

 ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-  ରାଜ୍ୟରେ ବଡ ଧରଣର ବର୍ଷା ଆଶଙ୍କା ଥିବାରୁ ଏ ନେଇ ସହରାଂଚଳରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଜିଲ୍ଲାପାଳମାନଙ୍କୁ କହିଛନ୍ତିି । ପ୍ରତ୍ୟେକ ପୌରାଂଚଳକୁ ପୂର୍ବରୁ ପଠାଯାଇଥିବା ୧୯ଟି ନିର୍ଦ୍ଧେଶନାମାକୁ ପାଳନ ପାଇଁ ଏଥିରେ କୁହାଯାଇଛି ।  ଏଥିରେ ସହରାଂଚଳରେ ବନ୍ୟାଭଳି ସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ କଂଟ୍ରୋଲରୁମ ପ୍ରତିଷ୍ଠା ସହିତ ସେଠାରେ ଜଣେ ନୋଡାଲ ଅଫିସରଙ୍କୁ ମୁତୟନ କରିବାଲାଗି କୁହାଯାଇଛି । ଏହି କଂଟ୍ରୋଲରୁମ ̈୨୪ଘଂଟା କାର୍ଯ୍ୟ କରିବା ସହିତ ସାଧାରଣ ଲୋଙ୍କ ଅଭିଯୋଗ ଗ୍ରହଣ କରିବ । ସେହିଭଳି ବନ୍ୟା ସ୍ଥାନ ଚିହ୍ନଟ ସହିତ ଏହାର ପରିଚାଳନା ପାଇଁ ଟିମ ̈ ଗଠନ କରିବା, ଡ୍ରେନ  ପରିଚାଳନା  ଉପରେ  ଗୁରୁତ୍ୱ  ଦିଆଯାଇଛି  ।  ବିଶେଷକରି  ଜଳସମ୍ପଦ  ବିଭାଗ  ଓ  ଅନ୍ୟ  ବିଭାଗ  ସହିତ  ସମନ୍ୱୟ  ରକ୍ଷାକରି ନିର୍ମାଣ କାର୍ଯ୍ୟ ସାରିବା, ଡ୍ରେନରୁ ଜାମ  ହଟାଇବା, ଡ୍ରେନ ଉପରେ ଖାଲିଥିବା ସ୍ଥାନରେ ସ୍ଲାବ ପକାଇବା ଆଦି କାର୍ଯ୍ୟ କରିବାଲାଗି କୁହାଯାଇଛି । ସେହିଭଳି ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନ ଚିହ୍ନଟ ସହିତ ଏଠାରୁ ଜବରଦଖଲ ହଟାଇବା, ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ  ର ସହାୟତା ନେବା, ସହରାଂଚଳରୁ କଠିନ ବର୍ଜ୍ୟବସ୍ତୁ ହଟାଇବା, ଜଳବନ୍ଦୀ ପରିଚାଳନା ପାଇଁ ପମ୍ପ, ଡିଜିସେଟ ̈ ଓ ମାନବସମ୍ବଳ ପ୍ରସ୍ତୁତ ରଖିବା ସେହିଭଳି ଏଥିପାଇଁ ଆବଶ୍ୟକ ପଡୁଥିବା ଜାଳେଣି ଗଚ୍ଛିତ ରଖିବାକୁ ପ୍ରମୁଖ ସଚିବ କହିଛନ୍ତି । ତେବେ ବର୍ଷା ପୂର୍ବରୁ ସମସ୍ତ ପ୍ରସ୍ତୁତିକାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ସାରିବା ସହିତ ଯେଭଳି କୌଣସି ସହରାଂଚଳରେ ଜଳବନ୍ଦୀ କିମ୍ବା ବନ୍ୟା ଭଳି ସ୍ଥିତି ନଉପୁଜେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.