Tuesday , May 30 2023
Breaking News
Home / ତାଜା ଖବର / କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ଟାଉନ ଥାନା ପୋଲିସ ଉଠାଇ ନେଇ ପ୍ରତିଷ୍ଠାନକୁ ସିଲ କରିଦେଇଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ସଚେତନ କରାଯିବା ପରେ ବି ସହରର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବାରମ୍ବାର କୋଭିଡ ନିୟମକୁ ଉଲ୍ଲଙ୍ଘନ କରୁଥିବାରୁ ପୋଲିସ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ବୋଲି ଟାଉନ ଥାନା ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ କହିଛନ୍ତି । ଏଥିସହିତ ଗୁରୁବାର କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ରାସ୍ତା କଡର ପରିବା ଦୋକାନୀ, ବାଇକ ଆରୋହୀ ଓ ଅନ୍ୟମାନଙ୍କ ଠାରୁ ୧୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଟାଉନ ପୋଲିସ ପକ୍ଷରୁ ଜୋରିମାନା ଆଦାୟ କରାଯାଇଥିବା ଇନସପେକ୍ଟର ଶ୍ରୀ ସାମନ୍ତରାୟ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.