Saturday , December 10 2022
Home / ବିଶେଷ / ଶାରଳା ଓ ଗୋରଖନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି

ଶାରଳା ଓ ଗୋରଖନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି

ଜଗତସିଂହପୁର,୦୯/୦୬/୨୦୨୧(ଓଡ଼ିଶା ସମାଚାର)- ତିର୍ତୋଲ ତହସିଲ ଅନ୍ତର୍ଗତ କନକପୁରସ୍ଥିତ ମା ଶାରଳା ମନ୍ଦିର, ଏରସମା ତହସିଲ ଅର୍ନ୍ତତ ପଂଚପଲୀର ଗ୍ରାମେଶ୍ୱର ମନ୍ଦିର, ନାଉଗାଁ ତହସିଲ ଅନ୍ତର୍ଗତ କୋରୁଅ ଠାରେ ଥିବା ନୀଳକଂଠେଶ୍ୱର ମହାଦେବ ମନ୍ଦିର, ବାଲିକୁଦା ତହସିଲ ଅନ୍ତର୍ଗତ ପାରାହାଟସ୍ଥିତ ମା ଭଗବତି ମନ୍ଦିର , ନାଗପୁର ଠାରେ ଥିବା  ମା ଜାଗୁଳାଇ ମନ୍ଦିର, ଖାଲାରଥ ଠାରେ ଥିବା ନୀଳକଂଠେଶ୍ୱର ମନ୍ଦିର, କନକେଶ୍ୱର ମହାଦେବ ମନ୍ଦିର,ଗତେଶ୍ୱର ମହାଦେବ ମନ୍ଦିର ,ସେମାନାଥ ହାଟ ରେ ଥିବା ମୁଚକୁନ୍ଦ ମହାଦେବ ମନ୍ଦିର ,କେରେକେରାସ୍ଥିତ ଗୋରଖନାଥ ମନ୍ଦିର ,ବିରିଡ଼ି ତହସିଲ ଅନ୍ତର୍ଗତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିର , ରଘୁନାଥପୁର ତହସିଲ ର ରୁଦ୍ରେଶ୍ୱର ମହାଦେବ ମନ୍ଦିର ,କଇଜଙ୍ଗା ହନୁମାନ ମନ୍ଦିର ,ଗଡ଼ କୁଜଙ୍ଗର କୁଂଜ ବିହାରୀ ଜଗନାଥ ମନ୍ଦିର , ନାଉଗାଁ ମହାବୀର ମନ୍ଦିର ଆଦି ମନ୍ଦିର ଅଂଚଳରେ ସାବିତ୍ରୀ ଉପଲକ୍ଷେ ଭିଡ଼ ହେବାନେଇ ଆଶଙ୍କା କରି ଜିଲା ପ୍ରଶାସନ ପକ୍ଷରୁ ଉପରୋକ୍ତ ମନ୍ଦିର / ଧର୍ମାନୁଷ୍ଠାନ ର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି । ସବ କଲେକ୍ୟର ଜଗତସିଂହପୁର ତଥା ସବଡ଼ିଭିଜନାଲ ମାଜିଷ୍ଟ୍ରେଟ ଧର୍ମାନନ୍ଦ ମଲିକ ୧୪୪ ଧାରା ଜାରି କରିଛନ୍ତି । ଏହା ଫଳରେ ଉପରୋକ୍ତ ମନ୍ଦିର ଓ ଏହାର ଚାରି ପାଖରେ ୪ ଜଣ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଧେଶନାମାରେ କୁହାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.