Monday , March 27 2023
Breaking News
Home / ବିଶେଷ / ମନସା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ମନସା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ପାରାଦୀପ ୦୯/୦୬/୨୦୨୧(ଓଡ଼ିଶା ସମାଚାର)-ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ମନସା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ବାତ୍ୟା ୟାସ୍ ପିଡ଼ିତମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ବଂଟନ କରାଯାଇଛି । ଏହି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ଆମ୍ବେଦକର ଭବନ ପରିସରରେ କରୋନା ଲଢ଼େଇର ସାମ୍ମୁଖ୍ୟ ଯୋଦ୍ଧା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଉପସଭାନେତ୍ରୀ ପୁଣ୍ୟପ୍ରିୟଙ୍କା ନାୟକ, ସମ୍ପାଦକ ଚିନ୍ମୟ ମିଶ୍ର, କୋଷାଧ୍ୟକ୍ଷ ନୃସିଂହ ଚରଣ ଅଗସ୍ତି, ମିଡ଼ିଆ ସଂଯୋଜକ ପ୍ରବୀର ସାହୁ, ଯୁବ ସଂଗଠନ ମୁଖ୍ୟ ବିଳ୍ପବ ଜେନା ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିମାନେ କରୋନା ସମୟରେ ନିଜ ପରିବାର ଛାଡ଼ି ଖବର ପରିବେଷଣରେ ବ୍ରତୀ ହୋଇଥିବାରୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ କେବଳ ପାରାଦୀପ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହାୟମାନଙ୍କୁ ସହାୟତା ମନାସା ଚାରିଟେବଲ୍ ଟ୍ରଷ୍ଟ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ଘୋଷଣା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.