ଜୁନାଗଡ଼, ୦୯/୦୬/୨୦୨୧(ଓଡ଼ିଶା ସମାଚାର/ ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ବୁଢ଼ୀଦର ଏବଂ ବାଙ୍କପଳାସ ଗ୍ରାମରେ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କେପଟେନ ଦିବ୍ୟ ଶଙ୍କର ମିଶ୍ର ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ବଣ୍ଟନ କରିଥିଲେ । ମନ୍ତ୍ରୀ କେପଟେନ ମିଶ୍ର କିଛି ଦିନ ହେଲା ଜୁନାଗଡ଼ ଅଞ୍ଚଳ ମାରାଥନ ଗସ୍ତ ଜାରି ରଖିଛନ୍ତି । ସେଥି ମଧ୍ୟରୁ ବର୍ତ୍ତମାନ ଚାଲିଥିବା ମଣ୍ଡି ମାନ ପରିଦର୍ଶନ କରି ଚାଷୀ ମାନଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେଉଥିବା ଦେଖିବକୁ ମିଳିଛି । ଏହି ଗସ୍ତବେଳେ ବୁଢ଼ୀଦର ଏବଂ ବାଙ୍କପଳାସ ଗ୍ରାମରେ ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ବଣ୍ଟନ କରିଥିଲେ କ୍ଷ ସେଥି ମଧ୍ୟରୁ ବୁଢ଼ୀଦର ଠାରେ ୨୪ ଜଣଙ୍କୁ ଏବଂ ବାଙ୍କପଳାସ ଠାରେ ୩୪ ଜଣ ଙ୍କୁ ଭତ୍ତା ବାଣ୍ଟି ଥିଲେ । ଏହି କାର୍ୟ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଭବାନୀପାଟଣା ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ ,ବିଜେଡି ବ୍ଲକ ସଭାପତି ପ୍ରମୋଦ ବେହେରା, ସରପଞ୍ଚ ଅଜୟ ବେହେରା, ପ୍ରଦ୍ୟୁମ୍ନ ରାଉତ, କାମାକ୍ଷ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର