Saturday , March 25 2023
Breaking News
Home / ରାଜନୀତି / ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

କଟକସଦର ୦୯/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କରୋନା ମହାମାରୀ ସମୟରେ ଦେଶବାସୀଙ୍କ ହିତରେ ମୋଦିସରକାର ଦେଶର ସମସ୍ତଙ୍କୁ ଟୀକାକରଣ ସହିତ ପୁଣିଚଳିତ ବର୍ଷ ନଭେମ୍ବରମାସ ପର୍ଯ୍ୟନ୍ତ ଦେଶର ୮୦କୋଟିରୁ ଉର୍ଦ୍ଧ୍ବ ରାସନ କାର୍ଡଧାରୀ ଲୋକଙ୍କୁ ମିଳିବ ମାଗଣାରାସନ ମୋଦିସରକାର ଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ନିଷ୍ପତିକୁ କଟକସଦର ଭାଜପା ପକ୍ଷରୁ ସ୍ୱାଗତ କରାଯାଇଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ଼ା ଙ୍କ ନିର୍ଦ୍ଦେଶ କ୍ରମେ କଟକ ସଦର ନିର୍ବାନମଣ୍ଡଳୀ ରେ ସେବାହଁ ସଂଗଠନ କାର୍ଯ୍ୟକ୍ରମକୁ ତ୍ୱରାନିତ କରିବାକୁ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କୁ ବିଶୋଧନ,ଶରୀର ତାପମାତ୍ରା ମାପକ ଓ ମାସ୍କ ସାମଗ୍ରୀ ପ୍ରଭୁତି ବଣ୍ଟନ କରିଛନ୍ତି କଟକ ସଦରଭାଜପା ନେତା ଦିଲୀପ ମଲ୍ଲିକ।ଏଥି ସହିତ କନ୍ଦରପୁର ମଣ୍ଡଳଅଞ୍ଚଳରେ କୋଭିଡ ରେ ମୃତ୍ୟୁବରଣ କରିଥିବା ଗରିବ ପରିବାର କୁ ଯାଇ ସେମାନଙ୍କୁ ରାସନବଣ୍ଟନ କରାଯାଇଥିଲା।ରାଜ୍ୟ ରେ ଓ ଜିଲ୍ଲାରେ କୋଭିଡ଼ ସଂକ୍ରମଣ ହ୍ରାସପାଉଥିଲା ବେଳେ କଟକ ସଦର ବ୍ଲକ ଅଞ୍ଚଳ ରେ ସଂକ୍ରମଣ ବୃଦ୍ଧି ପାଉଥିବା ବଡ଼ ଚିନ୍ତାର କାରଣ ପାଲଟିଛି ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିବା ସହ ସରକାର ଙ୍କ ପକ୍ଷରୁ ଅଧିକ ସଂଘରୋଧ କେନ୍ଦ୍ର,ବ୍ୟାପକ ଟେଷ୍ଟିଙ୍ଗ ଓ ଟୀକାକରଣ ଉପରେ  ଅଧିକ ଗୁରୁତ୍ୱଦେବାକୁ ଦାବିଜଣାଇଛନ୍ତି।

ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ରେ ଶ୍ରୀ ମଲ୍ଲିକଙ୍କ ସମେତ କୃଷକ ମୋର୍ଚ୍ଚା ରାଜ୍ୟଉପସଭାପତି ହୃଷିକେଶ ଜେନା,ଜିଲ୍ଲାଉପ ସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ,ମଣ୍ଡଳ ସଭାପତି ଅଭୟ ସ୍ୱାଇଁ,ଚିତ୍ତ ରଞ୍ଜନ ସାହୁ,ପିୟୁସ ପରିଡା,ଜିତେନ୍ଦ୍ର ବିଶ୍ୱାଳ,ରଞ୍ଜନ କୁମାର ନନ୍ଦ,ମହିଳା ନେତ୍ରୀ ସବିତା ଦାସ,ନିର୍ମଳ ଦାସ,ବିକ୍ରମ ମାଝୀ,ବନମା ରାଉତ,ଗୋବର୍ଦ୍ଧନ ଖୁଣ୍ଟିଆ,ପ୍ରକାଶ ସାହୁ ଓ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶା ସମାଚାର

Leave a Reply

Your email address will not be published.