Monday , December 6 2021
Breaking News
Home / ବିଶେଷ / କରୋନା କାଳରେ ବାଲିଗୁଡା ୧୨୭ ବାଟାଲିୟନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ

କରୋନା କାଳରେ ବାଲିଗୁଡା ୧୨୭ ବାଟାଲିୟନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ

ବାଲିଗୁଡ଼ା,୦୮/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘ ଦିନ ଧରି କରୋନା ଯୋଗୁଁ ସବୁ କିଛି ବନ୍ଦ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ବିଶେଷ କରି ଗରିବ ଖଟିଖିଆ ତଥା ଦିନ ମଜୁରିଆ ପରିବାର ଲୋକେ ବିଶେଷ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ଏଫ/ କମ୍ପାନୀ ଏବଂ ଏଚକ୍ୟୁ/୧୨୭ ବାଟାଲିୟନ ସିଆରପିଏଫ ଯବାନ ମାନଙ୍କ ତରଫରୁ ଏକ ବଳିଷ୍ଠ ପଦକ୍ଷେପ ନେଇ ସମସ୍ତେ ଏକତ୍ରିତ ହୋଇ ନିଜସ୍ୱ ଅର୍ଥରେ ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ, ଡାଲି, ପିଆଜ, ଲୁଣ, ସାବୁନ, ମାସ୍କ, ଓ ସାନିଟାଇଜର ଭଳି ବିଭିନ୍ନ ସାମଗ୍ରୀ କିଣିଥିଲେ। ଏହି ସବୁ ସାମଗ୍ରୀ ଗୁଡିକୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡୁରୁକିଆ ଗ୍ରାମର ୫୦ ପରିବାର କୁ ବଣ୍ଟନ କରାଯାଇଛି।ଏଥିରେ ୨୫୨ ଗରୀବ ଅସହାୟ ଲୋକ ଉପକୃତ ହୋଇପାରି ଥିବାରୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି । କମାଡେଣ୍ଟ ଆନନ୍ଦ ଝା କହିଛନ୍ତି ଯେ, ଏହି ଭଳି କାର୍ୟ୍ୟକ୍ରମ ଭବିଷ୍ୟତ ରେ ଜାରି ରହିବ ଯାହା ଫଳରେ ଜନତା ଏବଂ ସିଆରପିଏଫ ଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିପାରିବ । ଓଡିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *