Monday , March 27 2023
Breaking News
Home / ବିଶେଷ / ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜ଼ା ନୂତନ ଫାଣ୍ଡି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜ଼ା ନୂତନ ଫାଣ୍ଡି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

 କଟକ, ୦୯/୦୬/୨୦୨୧(ଓଡ଼ିଶା ସମାଚାର)-   କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ବେଣ୍ଟକାର ଫାଣ୍ଡିରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଜୟକୃଷ୍ଣ ବେହେରାଙ୍କୁ ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ ସ୍ୱାଗତ ଜଣାଇବାସହ ପରିଷଦର ମର୍ଯ୍ୟଦାବନ୍ତ ସମ୍ମାନ “ସେବା ଓ ସୁରକ୍ଷା ସମ୍ମାନ -୨୦୨୧”ରେ ସମ୍ମାନୀତ କରାଯାଇଛି । ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସମ୍ବର୍ଦ୍ଧିନା ପର୍ବରେ ଅଭିରାମ ଦଳାଇ,ଅସୀମ ଦାସ,ବିଜୟ ସ୍ୱାଇଁ,ଅମର ଦାସ,ମିଟୁ ବେହେରା,ଗାନ୍ଧୀଗୁରୁ ଦାସ,ଅରୁଣ ଦାସ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତରହି ସମ୍ବର୍ଦ୍ଧନା ଦେବାସହ ଅଞ୍ଚଳରେ କରୋନା କଟକଣା ପରିଚାଳନା,ଶାନ୍ତି ଶୃଙ୍ଖଳା ସୁରକ୍ଷା ବ୍ୟବସ୍ଥା ଦ୍ୱିଗୁଣିତ ହୋଇ ପାରିବାକୁ ନେଇ ସମସ୍ତେ ଆଶା ବାନ୍ଧିଛନ୍ତି । ସୂଚନାଥାଉକି ଶ୍ରୀଯୁକ୍ତ ବେହେରା ସଦର ଥାନାରେ ସବଇନିସପେକ୍ଟର ପଦବୀରେ ଥିବା ସମୟରେ ସବୁବେଳେ ଜନତାଙ୍କୁ ଅନନ୍ୟ ସେବା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ତତ୍ପରଥିବା ତଥା କରୋନା ଯୋଦ୍ଧା ଭାବେ କର୍ତ୍ତବ୍ୟ ସମ୍ପାଦନ କରି ସ୍ଥାନୀୟ  ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.