Saturday , June 3 2023
Breaking News
Home / ବିଶେଷ / ଶ୍ରୀଲିଙ୍ଗରାଜଙ୍କ ଜମିରେ ଘରୋଇଙ୍କୁ କ୍ଷତି ପୂରଣ

ଶ୍ରୀଲିଙ୍ଗରାଜଙ୍କ ଜମିରେ ଘରୋଇଙ୍କୁ କ୍ଷତି ପୂରଣ

ଭୁବନେଶ୍ୱର,୦୮/୦୬/୨୦୨୧(ଓଡ଼ିଶା ସମାଚାର)-  ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ନିଶୁକ୍ଳ ଧର୍ମଶାଳା ପାଇଁ ଦିଆଯାଇଥିବା ଜମିକୁ ଚଂଚକତାପୂର୍ବକ କିଛି ବ୍ୟକ୍ତି ନିଜ ନାମରେ ରେକର୍ଡ ଭୁକ୍ତ କରାଇ, ସେଠାରେ ଅଟ୍ଟାଳିକା ଓ କୋରାପୁଟ୍ ଭବନ ନାମରେ ଗେଷ୍ଟ ହାଉସ୍ ନିର୍ମାଣ୍ଣ କରିଛନ୍ତି । ଯାହାକି ସମ୍ପୂଣ୍ଣ ବେଆଇନ । ଏହି ପ୍ରସଙ୍ଗରେ ଏକାମ୍ର ଜନ ଜାଗରଣ ମଂଚ ପକ୍ଷରୁ ଗତ ୨୦୨୧ମସିହା ଏପ୍ରିଲ ୧୮ତାରିଖରେ ଜିଲ୍ଲା ପ୍ରଶାସନ ହସ୍ତେକ୍ଷେପ ଲୋଡ଼ିଥିଲା । ଏହି ଜମିର ଶାବକ ରେକର୍ଡ ଯାଂଚ କରାଯାଇ ତଦନ୍ତ କରିବାକୁ ଦାବି କରାଯାଇଥିଲା । ଶ୍ରୀଲିଙ୍ଗରାଜଙ୍କ ଜମିରେ ଘରୋଇଙ୍କୁ ମିଥ୍ୟା ବିଲ୍ କରାଯାଇ ଶତକଡ଼ା ୮୦ଗୁଣା କ୍ଷତି ପୂରଣ ଦେବାକୁ ବିଏମସି ଯୋଜନା କରିଛି । ଏବେ ମଂଚ ପକ୍ଷରୁ ଦେବୋତର ଆଇନ ୨୫ଧାରାରେ ଆଇନଗତ ପଦକ୍ଷେପ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ମଂଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.